ଗମ୍ଭୀର ନା ଦ୍ରାବିଡ୍‌, କିଏ ଅଧିକ ଧନୀ ? ଜାଣନ୍ତୁ ଏମାନଙ୍କର ମୋଟ ସମ୍ପତ୍ତି କେତେ…

Published By : Prameya-News7 Bureau | July 12, 2024 IST

ନୂଆଦିଲ୍ଲୀ ୧୨।୦୭: ଟିମ୍ ଇଣ୍ଡିଆର ନୂଆ କୋଚ୍ ଗୌତମ ଗମ୍ଭୀର । ଏହାପୂର୍ବରୁ ଭାରତୀୟ କ୍ରିକେଟ୍ ଦଳର ହେଡ୍ କୋଚ୍ ଥିଲେ ରାହୁଲ ଦ୍ରାବିଡ । ଯାହାଙ୍କ କାର୍ଯ୍ୟକାଳ ବର୍ତ୍ତମାନ ଶେଷ ହୋଇଛି । ନୂଆ କୋଚ୍ ହୋଇଛନ୍ତି ଗମ୍ଭୀର । ଉଭୟ ଖେଳାଳି ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ଖେଳି ସାରିଛନ୍ତି । ତେବେ ଦ୍ରାବିଡ ଏବଂ ଗମ୍ଭୀରଙ୍କ ମଧ୍ୟରେ କିଏ ଅଧିକ ଧନୀ ?  ଆସନ୍ତୁ ଜାଣିବା…

ରିପୋର୍ଟ ଅନୁଯାୟୀ, ଗମ୍ଭୀରଙ୍କର ୨୬୫ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ରହିଛି। ଗମ୍ଭୀର ବିଭିନ୍ନ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ ଏବଂ ବିଜନେସ୍ରୁ ରୋଜଗାର କରିଥାନ୍ତି । ଏହାବ୍ୟତୀତ ଗମ୍ଭୀରଙ୍କର ଅନେକ ସେୟାର ଏବଂ ରେଷ୍ଟୁରାଣ୍ଟରେ ଟଙ୍କା ବିନିଯୋଗ କରିଛନ୍ତି। ତେବେ ରାହୁଲ ଦ୍ରାବିଡଙ୍କ ସମ୍ପତ୍ତି କଥା କହିବାକୁ ଗଲେ ସେ ୩୨୦ କୋଟି ସମ୍ପତ୍ତିର ମାଲିକ ଅଟନ୍ତି । 

ଓ୍ବାର୍ଲ୍ଡକପ୍ ଜିତିବା ପରେ ତାଙ୍କୁ ମିଳିଥିଲା ୫କୋଟି ଟଙ୍କା ପୁରସ୍କାର ରାଶି । କିନ୍ତୁ ସେ ଏଥିରୁ ଅଢେଇ କୋଟି ଟଙ୍କା ଫେରାଇ ଦେଇଥିଲେ ।  ଯଦି ଏହି ରିପୋର୍ଟକୁ ଦେଖିବା ତେବେ ରାହୁଲ ଦ୍ରାବିଡ ଗୌତମ ଗମ୍ଭୀରଙ୍କ ଅପେକ୍ଷା ଅଧିକ ଧନୀ ।  ଉଭୟଙ୍କ ସମ୍ପତ୍ତିରେ ୫୫ କୋଟି ଟଙ୍କାର ପାର୍ଥକ୍ୟ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.