ଏହି ନୂଆ ବ୍ୟବସାୟର ମଙ୍ଗ ଧରିବେ ଗୌତମ ଆଦାନୀଙ୍କ ପୁଅ କରଣ, ଶୀଘ୍ର ହେବ ଘୋଷଣା

Published By : Prameya-News7 Bureau | September 16, 2022 IST

ନୂଆଦିଲ୍ଲୀ: ଦୁନିଆର ଦ୍ୱିତୀୟ ସବୁଠୁ ଧନୀ ବ୍ୟକ୍ତି ଗୌତମ ଆଦାନୀଙ୍କ ବଡ଼ ପୁଅ କରଣ ଆଦାନୀ ଗ୍ରୁପର ସିମେଣ୍ଟ ବ୍ୟବସାୟକୁ ସମ୍ଭାଳିବେ । ଏନେଇ ଏକ ଖବର ସାମନାକୁ ଆସିଛି । ନିକଟରେ ଆଦାନୀ ଗ୍ରୁପ ଦୁଇଟି ବଡ଼ ସିମେଣ୍ଟ କମ୍ପାନିକୁ ୧୦.୫ ବିଲିୟନ ଡଲାରରେ ଅଧିଗ୍ରହଣ କରିଥିଲା । ଖବର ଅନୁସାରେ, ଆଦାନୀ ଗ୍ରୁପର ଏହି ବ୍ୟବସାୟକୁ ଗୌତମ ଆଦାନୀଙ୍କ ୩୫ ବର୍ଷୀୟ ପୁଅ କରଣ ଆଦାନୀ ସମ୍ଭାଳିବେ । କରଣ ବର୍ତ୍ତମାନ ସମୟରେ ଆଦାନୀ ପାର୍ଟୋର ବ୍ୟବସାୟ ବୁଝୁଛନ୍ତି । ସେ ଆଦାନୀ ପୋର୍ଟ୍ସ ଆଣ୍ଡ ସ୍ପେଶାଲ ଇକୋନମିକ ଜୋନ ଲିମିଟେଡର ସିଇଓ ଅଛନ୍ତି ।

ସୂତ୍ରକୁ ଆଧାର କରି ବ୍ଲୁମବର୍ଗ ପ୍ରକାଶ କରିଥିବା ରିପୋର୍ଟ ଅନୁସାରେ, ଗୌତମ ଆଦାନୀ ନିଜ ପୁଅଙ୍କୁ ଏହି କାରୋବାରରେ ସାମିଲ କରାଇବା ସହ ସିମେଣ୍ଟ ବ୍ୟବସାୟର ବିସ୍ତାର ପାଇଁ ବରିଷ୍ଠ ଅଧିକାରୀଙ୍କୁ ସାମିଲ କରାଇବାର ଯୋଜନା ରଖିଛନ୍ତି । କରଣ ନିଯୁକ୍ତିର ଘୋଷଣା ଆସନ୍ତା ଶୁକ୍ରବାର ହୋଇପାରେ । ତେବେ ଆଦାନୀ ଗ୍ରୁପ ପକ୍ଷରୁ ଏହା ଉପରେ କୌଣସି ଆନୁଷ୍ଠାନିକ ବୟାନ ଜାରି କରାଯାଇ ନାହିଁ ।

ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ଗୌତମ ଆଦାନୀଙ୍କ ସମ୍ପତ୍ତିରେ ଆଶାତିତ ବୃଦ୍ଧି ଘଟିଛି । ତାଙ୍କ ସମ୍ପତ୍ତିରେ ଦୁନିଆର ସବୁଠୁ ଅଧିକ ବୃଦ୍ଧି ଘଟିଛି । ଫୋର୍ବସ ଅନୁସାରେ, ସେ ଦୁନିଆର ଦ୍ୱିତୀୟ ସବୁଠୁ ଧନୀ ବ୍ୟକ୍ତି ହୋଇଛନ୍ତି । ତାଙ୍କ ଉପରେ କେବଳ ଏଲନ ମସ୍କ ଅଛନ୍ତି । ଆଦାନୀ ଗ୍ରୁପ ବିମାନ ବନ୍ଦର, ମିଡିଆ, ଡିଜିଟାଲ ସେବା ଏବଂ ଦୂର ସଂଚାର ସହ କମୋଡିଟି ଏବଂ ଇନ୍ଧନ ବ୍ୟବସାୟରେ ନିଜର ଦବଦବା ରହିଛି । ଏହାସହ ଅକ୍ଷୟ ଉର୍ଜାରେ ୭୦ ବିଲିୟନ ଡଲାର ନିବେଶ କରିବାକୁ ଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.