suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ଲାଞ୍ଚ ନେବାବେଳେ ମାଡ଼ି ବସିଲେ ଅଧିକାରୀ
  • ||
  • ନିଶ୍ଚିନ୍ତକୋଇଲି: ଜୁଏଲାରୀ ଦୋକାନରୁ ଚୋରି, ତାଲା ଭାଙ୍ଗି ଲୁଟିନେଲେ ୧୯ ଲକ୍ଷରୁ ଅଧିକ ସୁନା ଗହଣା
  • ||
  • ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ନୀତି ବିଳମ୍ବ, ଦର୍ଶନ ନପାଇ ଭକ୍ତ ଅସନ୍ତୋଷ
  • ||

ଗୌତମ ଅଦାନୀଙ୍କ ବଡ ଡିଲ୍, ୪୯୫ କୋଟି ଟଙ୍କାରେ NDTVର କିଣିବେ ୨୯ ପ୍ରତିଶତ ଅଂଶଧନ

23/08/2022 at 6:49 PM

ନୂଆଦିଲ୍ଲୀ: ଗୌତମ ଅଦାନୀ ଗ୍ରୁପର କମ୍ପାନୀ ଏଏମଜି ମିଡିଆ ନେଟଓ୍ଵର୍କ ଲିମିଟେଡ୍ ଦେଶର ପ୍ରମୁଖ ଗଣମାଧ୍ୟମ ସଂସ୍ଥା NDTVର ଅଂଶଧନ କିଣିବାକୁ ଘୋଷଣା କରିଛି। ଅଦାନୀ ଗ୍ରୁପ୍ ଏନଡିଟିଭି ଅର୍ଥାତ ନୂଆଦିଲ୍ଲୀ ଟେଲିଭିଜନ ଲିମିଟେଡ୍‌ରେ ପରୋକ୍ଷ ଭାବେ ୨୯.୧୮ ପ୍ରତିଶତ ଅଂଶଧନ ଅଧିଗ୍ରହଣ କରିବ। ଅନ୍ୟପଟେ ଖୋଲା ପ୍ରସ୍ତାବ ଜରିଆରେ ଗ୍ରୁପ ଏନଡିଟିଭିର ଆଉ ୨୬ ପ୍ରତିଶତ ଅଂଶଧନ ନିଜ ପାଖରେ ରଖିବାକୁ ଯୋଜନା କରିଛି। ଏହିପରି ଏନଡିଟିଭିରେ ଅଦାନୀ ଗ୍ରୁପର ମୋଟ୍ ଅଂଶଧନ ୫୫ ପ୍ରତିଶତରୁ ଅଧିକ ହୋଇଯିବ। ଅଦାନୀ ଗ୍ରୁପ ଏବଂ ଏନଡିଟିଭି ମଧ୍ୟରେ ପାଖାପାଖି ୪୯୫ କୋଟି ଟଙ୍କାର ଚୁକ୍ତି ହେବାର ଆଶା ରହିଛି।

ଏଏମଏନଏଲ ଏବଂ ଅଦାନୀ ଏଣ୍ଟର ପ୍ରାଇଜେସ୍ ଲିମିଟେଡ୍ ସହିତ ଭିସିପିଏଲ ଏନଡିଟିଭିରେ ୨୬ ପ୍ରତିଶତ ଅଂଶଧନ କିଣିବା ପାଇଁ ଏକ ଖୋଲା ଅଫର ଲଞ୍ଚ କରିବେ। ସେବିର ୨୦୧୧ ନିୟମ ପାଳନ ପାଇଁ ଏମିତି କରାଯିବ। ତିନି କମ୍ପାନୀ ଏନଡିଟିଭିର ସେୟାରକୁ ସାର୍ବଜନୀନ ଅଂଶଧାରୀଙ୍କଠୁ କିଣିବା ପାଇଁ ସେୟାର ପିଛା ୨୯୪ ଟଙ୍କା ଦେବାକୁ ପ୍ରସ୍ତାବ ଦେଇଛନ୍ତି।

ଏଏମଜି ମିଡିଆ ନେଟଓ୍ଵର୍କ ଲିମିଟେଡ୍(AMNL) ଅଦାନୀ ଗ୍ରୁପର ମିଡିଆ କମ୍ପାନୀ ଅଟେ। ଅନ୍ୟପଟେ RRPR ଏନଡିଟିଭିର ପ୍ରମୋଟର ଗ୍ରୁପ କମ୍ପାନୀ ଅଟେ। ଏହି କମ୍ପାନୀ  ନିକଟରେ ଏନଡିଟିଭିର ୨୯.୧୮ ପ୍ରତିଶତ ଅଂଶଧନ ରହିଛି। ଏବେ ଏଏମଏନଏଲ ଏବଂ ଅଦାନୀ ଏଣ୍ଟର ପ୍ରାଇଜେସ୍ ଲିମିଟେଡ୍ ସହିତ ଭିସିପିଏଲ ଏନଡିଟିଭିରେ ୨୬ ପ୍ରତିଶତ ଅଂଶଧନ କିଣିବା ପାଇଁ ଏକ ଖୋଲା ଅଫର ଲଞ୍ଚ କରିବେ। ସେ ପୁଣି ସେୟାର ପିଛା ୨୯୪ ଟଙ୍କାରେ।

ଗଣମାଧ୍ୟମ କ୍ଷେତ୍ରରେ ସ୍ଵତନ୍ତ୍ର ପରିଚୟ

ଉଲ୍ଲେଖନୀୟ ଏନଡିଟିଭି ଏକ ପ୍ରମୁଖ ମିଡିଆ ହାଉସ୍। ପ୍ରାୟ ତିନି ଦଶନ୍ଧିରୁ ମିଡିଆ ଇଣ୍ଡଷ୍ଟ୍ରୀରେ ଏହାର ଏକ ସ୍ଵତନ୍ତ୍ର ପରିଚୟ ରହି ଆସିଛି। କମ୍ପାନୀର ତିନୋଟି ନ୍ୟାସନାଲ ନ୍ୟୁଜ୍ ଚ୍ୟାନେଲ ଏନଡିଟିଭି 24×7, ଏନଡିଟିଭି ଇଣ୍ଡିଆ ଏବଂ ଏନଡିଟିଭି ପ୍ରଫିଟ୍ ରହିଛି। ଅନଲାଇନରେ ମଧ୍ୟ ଏନଡିଟିଭିର ମଜବୁତ ଉପସ୍ଥିତି ରହିଛି। ସାମାଜିକ ଗଣମାଧ୍ୟମରେ ଅଲଗା ଅଲଗା ପ୍ଲାଟଫର୍ମରେ ଏହାର ଅନୁଗାମୀଙ୍କ ସଂଖ୍ୟା ବେଶ ଅଧିକ ରହିଛି।

ଏଏମଜି ମିଡିଆ ନେଟଓ୍ଵର୍କ ଲିମିଟେଡ୍‌ର ସିଇଓ ଏବଂ ବରିଷ୍ଠ ସାମ୍ବାଦିକ ସଞ୍ଜୟ ପୁଗଲିଆ କହିଛନ୍ତି,  ଏହି ଅଧିଗ୍ରହଣ ମିଡିଆ ଇଣ୍ଡଷ୍ଟ୍ରୀକୁ ଆଗକୁ ନେବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଆମେ ଭାରତୀୟ ନାଗରିକ, ଉପଭୋକ୍ତା ଏବଂ ଭାରତ ପ୍ରତି ରୁଚି ରଖୁଥିବା ଲୋକଙ୍କୁ ସୂଚନା ଏବଂ  ଜ୍ଞାନ ସହିତ ସଶକ୍ତ କରିବାକୁ ଚାହୁଁଛୁ।  ଏନଡିଟିଭି ଆମର ଦୃଷ୍ଟିକୋଣକୁ ପୂରା କରିବା ପାଇଁ ସବୁଠୁ ଉପଯୁକ୍ତ ପ୍ରସାରଣ ଏବଂ ଡିଜିଟାଲ୍ ପ୍ଲାଟଫର୍ମ। ଆମେ ସମାଚାର ପ୍ରସାରଣରେ ଏନଡିଟିଭିର ନେତୃତ୍ଵକୁ ଆହୁରି ମଜବୁତ କରିବାକୁ ତତ୍ପର ବୋଲି ପୁଗଲିଆ କହିଛନ୍ତି।

   Related Posts