ଅମ୍ବାନୀଙ୍କ ପରେ ଆଦାନୀଙ୍କୁ ବି Z+ ସୁରକ୍ଷା ପ୍ରଦାନ କଲେ କେନ୍ଦ୍ର ସରକାର

Published By : Prameya-News7 Bureau | August 10, 2022 IST

ନୂଆଦିଲ୍ଲୀ: ଏସିଆର ଏକ ନମ୍ବର ଓ ବିଶ୍ୱର ୪ ନମ୍ବର ଧନୀ ଗୌତମ ଆଦାନୀଙ୍କ ସୁରକ୍ଷା ବଢ଼ାଇଲେ କେନ୍ଦ୍ର ସରକାର। ଆଦାନୀଙ୍କୁ ଜେଡ୍ ପ୍ଲସ ସୁରକ୍ଷା ଦିଆଯାଇଛି। ଆଇବି ଇଣ୍ଟେଲିଜେନ୍ସର ସୂଚନା ଅନୁସାରେ ତାଙ୍କୁ ଏଭଳି ସୁରକ୍ଷା ପ୍ରଦାନ କରାଯାଇଥିବା ସୂଚନା ମିଳିଛି।

ତେବେ ଆଦାନୀଙ୍କୁ ଦିଆଯାଇଥିବା ସୁରକ୍ଷାରେ ହେଉଥିବା ଖର୍ଚ୍ଚକୁ ସେ ନିଜେ ବହନ କରିବେ। ଜେଟ୍ ସୁରକ୍ଷାରେ ମୋଟ ୩୩ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯିବ। ଏହି ସୁରକ୍ଷା କର୍ମୀମାନେ ଅଦାନୀଙ୍କୁ କଡ଼ା ସୁରକ୍ଷା ବଳୟ ଭିତରେ ରଖିବେ। ତେବେ ଆଦାନୀଙ୍କ ପୂର୍ବୁର ଭାରତ ଆଉ ଜଣେ ପ୍ରତିଷ୍ଠିତ ଧନୀ ବ୍ୟବସାୟୀ ରିଲାଏନ୍ସର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ଓ ତାଙ୍କ ପତ୍ନୀ ନୀତା ଅମ୍ବାନୀଙ୍କୁ ଜେଡ୍‌ ସିକ୍ୟୁରିଟି ଦିଆଯାଇଛି।

ଅମ୍ବାନୀ ପରିବାରକୁ ମିଳୁଥିବା ଜେଡ୍‌ ପ୍ଲସ୍‌ ସୁରକ୍ଷାର ଖର୍ଚ୍ଚ ନିଜେ ଅମ୍ବାନୀ ବହନ କରୁଛନ୍ତି। ଏଥିପାଇଁ ମାସିକ ଖର୍ଚ୍ଚ ଭରିବାକୁ ପଡ଼ୁଛି। ଏହି ସର୍ତ୍ତ ଅନୁସାରେ ଗୌତମ ଆଦାନୀଙ୍କ ମଧ୍ୟ ସୁରକ୍ଷା ପ୍ରଦାନ କରାଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.