ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • WPLକୁ ମିଳିଲା ପ୍ରଥମ ଚାମ୍ପିଅନ, ଦିଲ୍ଲୀକୁ ୭ ଓ୍ଵିକେଟ୍‌ରେ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଓମେନ ଚାମ୍ପିଅନ
  • ||
  • କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
  • ||
  • ସଲମାନ ଖାନ୍ଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ: ମୁମ୍ବାଇ ଓ ରାଜସ୍ଥାନ ପୁଲିସ ମିଳିତ ଚଢ଼ାଉ କରି ଅଭିଯୁକ୍ତ ଧାକଡ଼ ରାମ ବିଷ୍ଣୋଇ(୨୧)କୁ ଗିରଫ କଲା
  • ||
  • ଆଇବିଏ ୱାର୍ଲ୍ଡ ବକ୍ସିଂ ଚାମ୍ପିୟନସିପ୍ ୨୦୨୩: ଭାରତକୁ ୪ ସ୍ୱର୍ଣ୍ଣ, ଲଭଲୀନା ବି ଜିତିଲେ ଗୋଲ୍ଡ, ପୂର୍ବରୁ ସ୍ୱର୍ଣ୍ଣ ଜିତିଥିଲେ ନିଖତ, ନିତୁ, ସ୍ୱିଟି
  • ||
  • ରବିବାର ବିଶ୍ୱ ବକ୍ସିଂ ଚାମ୍ପିୟନ୍‌ସିପ୍‌ରେ ୫୦ କେଜି ମହିଳା ବର୍ଗରେ ପୁଣି ଥରେ ସ୍ୱର୍ଣ୍ଣ ପଦକ ଜିତିଲେ ଭାରତର ଷ୍ଟାର୍ ବକ୍ସର ନିଖତ ଜରିନ
  • ||
  • ରବିବାର ସ୍ୱିଜରଲାଣ୍ଡର ବାସିଲ୍‌ରେ ଖେଳାଯାଉଥିବା ସ୍ୱିସ୍ ଓପନ ୨୦୨୩ର ପୁରୁଷ ଯୁଗଳରେ ଫାଇନାଲ୍‌ରେ ଚୀନକୁ ହରାଇ ଟାଇଟଲ ଜିତିଲେ ଭାରତର ସାତ୍ତ୍ୱିକ ଓ ଚିରାଗଙ୍କ ଯୋଡ଼ୀ
  • ||
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||

ଗୋଟିଏ ରିପୋର୍ଟରେ ଦୋହଲିଗଲା ଆଦାନୀଙ୍କ ସାମ୍ରାଜ୍ୟ, ବିଲେନିୟର ସୂଚୀରେ ସପ୍ତମ ସ୍ଥାନକୁ ଖସିଲେ

27/01/2023 at 4:24 PM

ନୂଆଦିଲ୍ଲୀ: ଆମେରିକାର ରିସର୍ଚ୍ଚ ଫାର୍ମ ହିଡେନବର୍ଗର ରିପୋର୍ଟ ପରେ ଗୌତମ ଆଦାନୀଙ୍କ ଅଡୁଆ ଲଗାତାର ବଢି ଚାଲିଛି । ଶୁକ୍ରବାର ଗୋଟିଏ ପଟେ ଆଦାନୀ ଗ୍ରୁପର ସେୟାରରେ ୨୦ ପ୍ରତିଶତ ହ୍ରାସ ଘଟିଥିବା ବେଳେ, ଅନ୍ୟପଟେ ଆଦାନୀଙ୍କ ସମ୍ପତ୍ତି ଉପରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଫୋର୍ବ୍ସ ବିଲେନିୟର୍ସ ସୂଚକାଙ୍କ ଅନୁସାରେ, ଆଦାନୀଙ୍କ ମୋଟ ସମ୍ପତ୍ତି ଗତ ୨୪ ଘଣ୍ଟାରେ ୧୭.୩୮ ପ୍ରତିଶତରୁ ଅଧିକ କମ ହୋଇଛି । ଅର୍ଥାତ ଗୋଟିଏ ଦିନରେ ପ୍ରାୟ ୨୦ ବିଲିୟନ ଡଲାର (୧ ଲକ୍ଷ ୬୦ ହଜାର କୋଟି ଟଙ୍କା)ର କ୍ଷତି ହୋଇଛି । ଏବେ ଗୌତମ ଆଦାନୀଙ୍କ ମୋଟ ସମ୍ପତ୍ତି ୯୮.୫ ବିଲିୟନ ଡଲାର ରହିଛି । ଏହାସହ ବିଲେନିୟରଙ୍କ ସୂଚୀରେ ଗୌତମ ଆଦାନୀ ଚତୁର୍ଥ ସ୍ଥାନରୁ ଖସି ସପ୍ତମ ସ୍ଥାନକୁ ଆସିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଦୀର୍ଘ ଦିନ ପରେ ଆଦାନୀଙ୍କ ସମ୍ପତ୍ତି ୧୦୦ ବିଲିୟନ ଡଲାର ତଳକୁ ଖସିଛି ।

ଫୋର୍ବ୍ସର ରିୟଲ ଟାଇମ୍ ବିଲେନିୟର ସୂଚକାଙ୍କ ଅନୁସାରେ, ଗୌତମ ଆଦାନୀ ଏବେ ଦୁନିଆର ବିଲେନିୟର ସୂଚୀର ସପ୍ତମ ସ୍ଥାନକୁ ଖସି ଆସିଛନ୍ତି । ଏହି ସୂଚୀର ପ୍ରଥମ ସ୍ଥାନରେ ବର୍ନାର୍ଡ ଆରନଲ୍ଟ, ଦ୍ୱିତୀୟ ସ୍ଥାନରେ ଏଲନ ମସ୍କ, ତୃତୀୟ ସ୍ଥାନରେ ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସ ରହିଛନ୍ତି । ସେହିପରି ଲେରି ଏଲିସନ ଚତୁର୍ଥ, ୱାରେନ ବଫେଟ୍ ପଞ୍ଚମ ଏବଂ ବିଲ ଗେଟ୍ସ ଷଷ୍ଠ ସ୍ଥାନରେ ଅଛନ୍ତି ।

ଆମେରିକାର ରିସର୍ଚ୍ଚ ଫାର୍ମ ହିଡନବର୍ଗ ନିଜର ୩୨,୦୦୦ ଶବ୍ଦର ରିପୋର୍ଟରେ ଆଦାନୀ ଗ୍ରୁପ ଉପରେ କର୍ପୋରେଟ ଦୁନିଆର ସବୁଠୁ ବଡ଼ ଘୋଟାଲାର ଅଭିଯୋଗ ଆଣିଥିଲା । ରିପୋର୍ଟରେ ଆଦାନୀ ଗ୍ରୁପ ଉପରେ ସେୟାର ମନିପ୍ୟୁଲେଶନ ଏବଂ ଆକାଉଣ୍ଟି ଫ୍ରଡର ଅଭିଯୋଗ ଅଣାଯାଇଥିଲା । ତେବେ ଅଭିଯୋଗକୁ ଭିତ୍ତିହୀନ କରି ଆଦାନୀ ଗ୍ରୁପ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ହିଡେନବର୍ଗକୁ ଚେତବାନୀ ଦେଇଥିଲା ।

ନିଜର ଟ୍ୱିଟର ଆକାଉଣ୍ଟରେ ହିଡେନବର୍ଗ ଜାରି କରିଥିବା ବୟାନରେ କହିଛି, ଯଦି ଆଦାନୀ ଗ୍ରୁପ ରିପୋର୍ଟ ବିରୋଧରେ ଆମେରିକାର କୋର୍ଟରେ ମୋକଦ୍ଦମା ଦାୟର କରନ୍ତି ତେବେ ରିସର୍ଚ୍ଚ ଫାର୍ମ ଦସ୍ତାବିଜର ଦାବି କରିବ । ଯଦି ଆଦାନୀ ଗ୍ରୁପ ସତରେ ଏହାକୁ ନେଇ ଗମ୍ଭୀର ରହିଛି ତେବେ ଆମେରିକାରେ ମଧ୍ୟ ମୋକଦ୍ଦମା ଦାୟର କରିବା ଦରକାର, ଯେଉଁଠି ଆମେ କାମ କରୁଛୁ । ଆଇନ ପ୍ରକ୍ରିୟାରେ ଆମ ପାଖରେ ଏକ ଲମ୍ୱା ଦଲିଲ ରହିଛି ।

ଏହାରି ଭିତରେ ଖବର ଏହା ମଧ୍ୟ ସାମନାକୁ ଆସିଛି ଯେ ମାର୍କେଟ ରେଗୁଲେଟରି ସେବି ଗତ ଏକ ବର୍ଷରେ ଆଦାନୀ ଗ୍ରୁପ ଦ୍ୱାରା କରାଯାଇଥିବା ଚୁକ୍ତିର ତଦନ୍ତକୁ ବଢାଇଛି । ହିଡେନବର୍ଗର ରିସର୍ଚ୍ଚ ଦ୍ୱାରା ଜାରି ରିପୋର୍ଟର ଅଧ୍ୟୟନ କରି ସେବି ଏହାର ପ୍ରାରମ୍ଭିକ ତଦନ୍ତ ଆରମ୍ଭ କରିବ ।

ଶୁକ୍ରବାର ଆଦାନୀ ଗ୍ରୁପର ସମସ୍ତ ସେୟାରରେ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଆଦାନୀ ଏଣ୍ଟପ୍ରାଇଜେସ, ଆଦାନୀ ପୋର୍ଟ୍ସ, ଆଦାନୀ ୱିଲମାର, ଆଦାନୀ ଗ୍ରୀନ ଏନର୍ଜୀ, ଆଦାନୀ ଟୋଟଲ, ଆଦାନୀ ଟ୍ରାନ୍ସମିଶନ, ଆଦାନୀ ପାୱାର ସହ ସାତ ସୂଚୀବଦ୍ଧ କମ୍ପାନିର ସେୟାରରେ ପ୍ରାୟ ୨୦ ପ୍ରତିଶତ ଯାଏ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଗତ ଦୁଇ ଦିନରେ ଆଦାନୀ ଗ୍ରୁପର ମାର୍କେଟ କ୍ୟାପ ପ୍ରାୟ ୪ ଲକ୍ଷ କୋଟି ଟଙ୍କା କମି ସାରିଛି ।

   Related Posts