ଗୌତମ ଅଦାନୀଙ୍କୁ ପଛରେ ପକାଇଲେ ଜେଫ୍ ବେଜୋସ୍‌, ଧନୀ ତାଲିକାରେ ଖସିଲେ ତଳକୁ

Published By : Prameya-News7 Bureau | January 24, 2023 IST

ନୂଆଦିଲ୍ଳୀ, ୨୪/୦୧: ଧନୀ ତାଲିକାରେ ତଳକୁ ଖସିଲେ ଅଦାନୀ। ଏସିଆର ସବୁଠୁ ବଡ଼ ଧନୀ ଗୌତମ ଅଦାନୀ ଏବେ ଧନୀ ତାଲିକାରେ ଜେଫ୍ ବେଜୋସଙ୍କ ଠାରୁ ପଛରେ ପଡ଼ିଛନ୍ତି। ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସର ନୂଆ ତାଲିକାରେ ଚତୁର୍ଥ ସ୍ଥାନକୁ ଖସି ଆସିଛନ୍ତି। ଏଲନ ମସ୍କ ଦ୍ବିତୀୟ ସ୍ଥାନରେ ଏବଂ ଜେଫ୍ ବେଜୋସ୍‌ ତୃତୀୟ ସ୍ଥାନରେ। ସେହିପରି ମୁକେଶ ଅମ୍ବାନୀ ୧୨ ତମ ସ୍ଥାନରେ ଅଛନ୍ତି।

ସୂଚନାଯାଗ୍ୟ, ୨୦୨୨ ରେ ଦୁନିଆର ଧନୀ ବ୍ୟକ୍ତିଙ୍କ ମଧ୍ୟରେ ଗୌତମ ଅଦାନୀ ଆୟରେ ୧ ନମ୍ବରରେ ଥିଲେ। କିନ୍ତୁ ନୂଆ ବର୍ଷରେ ତାଙ୍କର ନାମ ଏହି ତାଲିକାରୁ ବାଦ୍‌ ପଡ଼ିଛି। ଫ୍ରାନ୍ସର ବ୍ୟବସାୟୀ ବର୍ଣ୍ଣାଡ ଆରନଲ୍ଟ ଏକ ନମ୍ବର ସହ ଆୟରେ ମଧ୍ୟ ପ୍ରଥମ ସ୍ଥାନରେ ରହିଛନ୍ତି। ଚଳିତ ବର୍ଷ ଏପର୍ଯ୍ୟନ୍ତ ତାଙ୍କର ସମ୍ପତ୍ତିରେ ୨୬ ବିଲିୟନ୍‌ ଡଲାର ବୃଦ୍ଧି ହୋଇଛି। ଟପ୍ ୧୦ ଧନୀ ତାଲିକାରେ ଅଦାନୀଙ୍କ ସମ୍ପତ୍ତି ହ୍ରାସ ହୋଇଛି। ସେହିଭଳି ଟପ୍ ୧୫ ତାଲିକାରେ ଦୁଇ ଭାରତୀୟ ଶିଳ୍ପପତି ଅଦାନୀ ଏବଂ ଅମ୍ବାନୀଙ୍କ ନାମ ରହିଛି।

ବ୍ଲୁମବର୍ଗ ରିପୋର୍ଟ ଅନୁଯାୟୀ, ୧୮୮ ବିଲିୟନ ଡଲାର ସହ ପ୍ରଥମ ସ୍ଥାନରେ ବର୍ଣ୍ଣାଡ ଅରନଲ୍ଟ ରହିଛନ୍ତି। ଦ୍ବିତୀୟ ସ୍ଥାନରେ ୧୪୫ ବିଲିୟନ ଡଲାର ସହ ଏଲନ ମସ୍କ। ତୃତୀୟ ସ୍ଥାନରେ ୧୨୧ ବିଲିୟନ ଡଲାର ସହ ଜେଫ୍ ବେଜୋସ୍‌। ସେହିଭଳି ଗୌତମ ଅଦାନୀ ୧୨୦ ବିଲିୟନ ଡଲାର ସହ ଚତୁର୍ଥ ସ୍ଥାନରେ ରହିଛନ୍ତି। ତାଙ୍କ ପରେ ବିଲ୍‌ ଗେଟ୍ସ ୧୧୧ ବିଲିୟନ ଡଲାର ସହ ପଞ୍ଚମ ସ୍ଥାନରେ ରହିଛନ୍ତି। ଷଷ୍ଠ ସ୍ଥାନରେ ଓ୍ବରେନ ବଫେଟ୍‌ ରହିଛନ୍ତି। ସପ୍ତମ ସ୍ଥାନରେ ଲାରୀ ଏଲିସନ। ଅଷ୍ଟମ ସ୍ଥାନରେ ଲାରି ପେଜ୍। ୯ମ ରେ ସର୍ଗୀ ବ୍ରିନ୍ ଏବଂ ୧୦ ମ ରେ ଷ୍ଟିଭ ଓ୍ବାଲମର ରହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.