ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଚାନ୍ଦବାଲି : ଦୁର୍ଘଟଣା ପରେ ଡଙ୍ଗାରୁ ନଦୀକୁ ଖସିପଡିଲେ ୨ ଜଣ, ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ସୁରକ୍ଷିତ ଉଦ୍ଧାର
  • ||
  • ରାହୁଲ ଗାନ୍ଧିଙ୍କୁ ଝଟକା ।। ରଦ୍ଦ ହେଲା ଲୋକସଭା ସଦସ୍ୟତା
  • ||
  • ସମ୍ବଲପୁର : ସମ୍ବଲପୁରରୁ ନକଲି ମଦ କାରଖାନା ଠାବ, ମଦ ତିଆରି ସାମଗ୍ରୀ ଜବତ
  • ||
  • ଭୁବନ : ମାମୁଁ ଘର ଯିବାବେଳେ ଧକ୍କା ଦେଲା ଟ୍ରକ୍ : ଚାଲିଗଲା ଝିଅର ଜୀବନ, ବାପା ଗୁରୁତର
  • ||
  • ସାନଖେମୁଣ୍ଡି : ମନ୍ଦିର ନିର୍ମାଣରେ ବ୍ୟବହୃତ ଗାଡି ପୋଡିଦେଲେ ଅଜଣା ଦୁର୍ବୃତ୍ତ, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ବର : କେଶରୀ ରିୟଲ ଇଷ୍ଟେଟ୍ ଅଫିସରେ ED ରେଡ୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ପୁରୀ : ପୁରୀ ବେଳାଭୂମିରେ ମରିପଡିଛି ଅଲିଭ୍ ରିଡ୍‌ଲେ, ନିକଟରେ ପଡିରହିଛି ଅଣ୍ଡା
  • ||
  • କାମାକ୍ଷାନଗର : ମାରଣାସ୍ତ୍ର ଦେଖାଇ ଲୁଟ୍, ଗ୍ରାହକ ସେବାକେନ୍ଦ୍ର ମାଲିକଙ୍କଠାରୁ ୨ଲକ୍ଷ ଟଙ୍କା ଲୁଟିନେଲେ ଦୁଇ ଲୁଟେରା
  • ||
  • ଯାଜପୁର : ଦୀର୍ଘ ୧୬ ଘଣ୍ଟା ପରେ ନଦୀରୁ ମିଳିଲା ମହିଳାଙ୍କ ମୃତଦେହ, ଗୁରୁବାରଠୁ ଥିଲେ ନିଖୋଜ
  • ||
  • ଘଟଗାଁ : ଶିକ୍ଷକଙ୍କ ମନମୁଖି କାର୍ଯ୍ୟକୁ ଗ୍ରାମବାସୀଙ୍କ ବିରୋଧ, ଆଉ ଜଣେ ଶିକ୍ଷକଙ୍କୁ ନିଯୁକ୍ତି ପାଇଁ ଦାବି
  • ||

ପୁଣି ଥରେ ତଳକୁ ଖସିଲେ ଗୌତମ ଆଦାନୀ, ଧନୀ ତାଲିକାରେ ଟପ୍-୨୫ରୁ ଆଉଟ୍, ୨୧ ହଜାର କୋଟିର ସଂପତ୍ତି ହରାଇଲେ !

15/03/2023 at 10:35 PM

Adani falls out of top 25

ନୂଆଦିଲ୍ଲୀ: ହିଣ୍ଡେନବର୍ଗର ରିପୋର୍ଟ ପରଠୁ ଭାରତୀୟ ଉଦ୍ୟୋଗପତି ଗୌତମ ଆଦାନୀଙ୍କ କମ୍ପାନିର ସେୟାର ନିମ୍ନଗାମୀ ହେବାରେ ଲାଗିଥିଲା। ତେବେ ଗତ କିଛି ଦିନ ହେବ ଆଦାନୀଙ୍କ ସେୟାରରେ ଭଲ ସଙ୍କେତ ଦେଖିବାକୁ ମିଳିଥିଲା ଏବଂ ଉର୍ଦ୍ଧ୍ଵଗାମୀ ହୋଇଥିଲା। ସେୟାର ବଢିବା ସହ ଆଦାନୀଙ୍କ ସଂପତ୍ତିର ମୂଲ୍ୟ ମଧ୍ୟ ବଢିବାରେ ଲାଗିଥିଲା। ତେବେ ଗତ କାରବାର ଦିନରେ ଅର୍ଥାତ ମଙ୍ଗଳବାର ଆଦାନୀ ଗ୍ରୁପର ସେୟାରରେ ପୁଣି ଥରେ ହ୍ରାସ ଦେଖିବାକୁ ମିଳିଛି ଯାହା ବୁଧବାର ବି ଜାରି ରହିଛି। ଏହି କାରଣରୁ ଆଦାନୀଙ୍କ ସଂପତ୍ତି ପରିମାଣ କମିବା ସହ ସେ ପାଞ୍ଚଟି ସ୍ଥାନ ତଳକୁ ଖସି ଟପ୍ ୨୫ ଧନୀ ବ୍ୟକ୍ତି ତାଲିକାରୁ ବାଦ୍ ପଡିଛନ୍ତି।

ଗତ ୨୪ ଘଣ୍ଟାରେ ଆଦାନୀଙ୍କ ୨.୬ ବିଲିୟନ ଡଲାର ଅର୍ଥାତ ପାଖାପାଖି ୨୧ ହଜାର କୋଟିରୁ ଅଧିକ କ୍ଷତି ଘଟିଛି। ସେୟାରରେ ହ୍ରାସ ଯୋଗୁଁ ଗୌତମ ଆଦାନୀଙ୍କ ନେଟ୍ ଓ୍ଵର୍ଥ କମିବା ସହ ସେ ୨୬ତମ ସ୍ଥାନକୁ ଖସି ଆସିଛନ୍ତି। ଫୋର୍ବ୍ସର ରିୟଲ ଟାଇମ୍‌ ବିଲେନିୟର୍ସ ଇଣ୍ଡେକ୍ସ ମୁତାବକ, ଆଦାନୀଙ୍କ ନେଟଓ୍ଵର୍ଥ ହ୍ରାସ ପାଇ ୪୫.୩ ବିଲିୟନ ଡଲାର ରହିଛି। ଗତ ଦିନରେ ସେୟାର ମୂଲ୍ୟ ବୃଦ୍ଧି କାରଣରୁ ସେ ବିଲେନିୟର୍ସ ତାଲିକାରେ ଦ୍ରୁତ ଗତିରେ ଉପରକୁ ଉଠି ୨୧ତମ ସ୍ଥାନରେ ପହଞ୍ଚି ଯାଇଥିଲେ।

ସପ୍ତାହର ତୃତୀୟ କାରବାର ଦିନରେ ବୁଧବାର ଆଦାନୀ ଗ୍ରୁପର କମ୍ପାନିର ଅନେକ ସେୟାରରେ ହ୍ରାସ ଜାରି ରହିଛି। ମଙ୍ଗଳବାର ଚାରି ଷ୍ଟକ୍ସରେ ଅପର ସର୍କିଟ୍ ଲାଗିଥିଲା। ଅନ୍ୟପଟେ ଖବର ଲେଖାଯିବା ସୁଦ୍ଧା ଅପରାହ୍ନ ୧୨ଟା ସୁଦ୍ଧା ଆଦାନୀ ପାଓ୍ଵାର, ଆଦାନୀ ଟୋଟାଲ ଗ୍ୟାସ୍‌ ଏବଂ ଆଦାନୀ ଟ୍ରାନ୍ସମିଶନରେ ଲୟର ସର୍କିଟ୍ ଲାଗିଥିଲା। ମଙ୍ଗଳବାର ବି ଆଦାନୀ ପାଓ୍ଵାର, ଆଦାନୀ ଟ୍ରାନ୍ସମିଶନ, ଆଦାନୀ ଟୋଟାଲ୍ ଗ୍ୟାସ୍ ଏବଂ ଏନଡିଟିଭିର ସେୟାର ହ୍ରାସ ଘଟିଥିଲା।

   Related Posts