ଗୌତମ ଆଦାନୀ ଖୋଲିବେ ଫ୍ୟାମିଲି ଅଫିସ୍, ଦୁବାଇ ନହେଲେ ନ୍ୟୁୟର୍କରେ କରିବାକୁ ଯୋଜନା

Published By : Prameya-News7 Bureau | November 17, 2022 IST

ନୂଆଦିଲ୍ଲୀ: ଏସିଆର ସବୁଠୁ ଧନୀ ବ୍ୟକ୍ତି ଗୌତମ ଆଦାନୀ ସମ୍ପତ୍ତି ପରିଚାଳନା ପାଇଁ ବିଦେଶରେ ଏକ ଫ୍ୟାମିଲି ଅଫିସ ଖୋଲିବା ନେଇ ବିଚାର କରୁଛନ୍ତି । ଏହି ଅଫିସ ଦୁବାଇ କିମ୍ୱା ନ୍ୟୁୟର୍କରେ ଖୋଲିବାକୁ ବିଚାର-ବିମର୍ଶ କରାଯାଉଥିବା ଜଣାପଡିଛି । ବ୍ଲୁମବର୍ଗର ଏକ ରିପୋର୍ଟ ଅନୁସାରେ, ଏହି ଅଫିସରେ ଆଦାନୀ ପରିବାରର ସମ୍ପତ୍ତି ପରିଚାଳନା ଉପରେ କାମ କରାଯିବ।

ସୂଚନା ଅନୁସାରେ ଏହି ପ୍ରସଙ୍ଗକୁ ନେଇ ଆଦାନୀ ପରିବାର ପରାମର୍ଶଦାତା ଏବଂ ଟ୍ୟାକ୍ସ ବିଶେଷଜ୍ଞଙ୍କ ଆଲୋଚନା କରୁଛନ୍ତି । ଅଫିସର ସ୍ଥାନ ପରିବର୍ତ୍ତନ ବି ହୋଇପାରେ । ତେବେ ଆଦାନୀ ଗ୍ରୁପ ବର୍ତ୍ତମାନ ସୁଦ୍ଧା ଏହା ଉପରେ କୌଣସି ଆନୁଷ୍ଠାନିକ ପ୍ରତିକ୍ରିୟା ଦେଇ ନାହିଁ । ତେବେ ଗୌତମ ଆଦାନୀଙ୍କ ଏହି ଯୋଜନା କାର୍ଯ୍ୟକାରୀ ହେବା ପରେ ସେ ବିଶ୍ୱର ହାତ ଗଣତି ବିଲେନିୟରଙ୍କ ସୂଚୀରେ ସାମିଲ ହେବେ, ଯେଉଁମାନେ ନିଜ ସମ୍ପତ୍ତି ପରିଚାଳନା ପାଇଁ ଏକ ଫ୍ୟାମିଲି ଅଫିସ ଖୋଲିଛନ୍ତି ।

ବ୍ଲୁମବର୍ଗ ବିଲେନିୟର୍ସ ଇଣ୍ଡେକ୍ସ ଅନୁସାରେ, ଚଳିତ ବର୍ଷ ଗୌତମ ଆଦାନୀଙ୍କ ସମ୍ପତ୍ତିରେ ୫୮ ବିଲିୟନ ଡଲାର ବଢିଛି । ବର୍ତ୍ତମାନ ଆଦାନୀଙ୍କ ସମ୍ପତ୍ତି ୧୩୫ ବିଲିୟନ ଡଲାର ଅଛି ଏବଂ ସେ ଦୁନିଆର ତୃତୀୟ ସବୁଠୁ ଧନୀ ବ୍ୟକ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.