ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ରାଜଧାନୀରେ ପୁଣି ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ଅପରାଧି ଜିତୁ ଆହତ
  • ||
  • ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ପୁଟିନ୍‌ଙ୍କ ବଡ଼ ଘୋଷଣା, କହିଲେ-ବେଲାରୁସ୍‌ରେ ପରମାଣୁ ହତିଆର ନିୟୋଜିତ କରିବ ରୁଷ
  • ||
  • ଭୂମିକମ୍ପ ଝଟକା ଥରିଲା ରାଜସ୍ଥାନ, ବିକାନୋର ଠାରୁ ୫୧୬ କିମି ଦୂରରେ କେନ୍ଦ୍ରସ୍ଥଳ
  • ||

ଧନୀ ତାଲିକାରେ ଟପ୍‌-୧୦ ଲିଷ୍ଟରୁ ଖସିଲେ ଆଦାନୀ; ଏସିଆର ଶ୍ରେଷ୍ଠ ଧନୀ ପଦ ବି ହରାଇଲେ

1/02/2023 at 10:03 PM

ନୂଆଦିଲ୍ଲୀ: ଆଦାନୀ ଗ୍ରୁପ୍‌ ବିରୋଧରେ ଆମେରିକା ଉଦ୍ୟୋଗ ଗବେଷଣା ସଂସ୍ଥା ହିଣ୍ଡେନବର୍ଗର ରିପୋର୍ଟ ସତ କି ନା ତାହା ତଦନ୍ତ ସାପେକ୍ଷ। ହେଲେ କମ୍ପାନୀର ଗୋଟିଏ ରିପୋର୍ଟ ଆଦାନୀ ଗ୍ରୁପ୍‌କୁ ଧୀରେ ଧୀରେ ରସାତଳକୁ ନେଇଗଲାଣି। ଦିନେ ବିଶ୍ୱର ଧନୀ ତାଲିକାରେ ୩ ନମ୍ବରେ ସ୍ଥାନରେ ଥିବା ଆଦାନୀ ଏବେ ଟପ୍‌-୧୦ ଲିଷ୍ଟରେ ବି ନାହାନ୍ତି। ଏହି ତାଲିକାରେ ତାଙ୍କ ସ୍ଥାନ ବର୍ତ୍ତମାନ ୧୫ ନମ୍ବରକୁ ଖସିଆସିଛି।

କେବଳ ସେତିକି ନୁହେଁ, ଏସିଆର ସର୍ବଶ୍ରେଷ୍ଠ ଧନୀ ତାଲିକାର ଶୀର୍ଷରେ ଆଉ ଆଦାନୀଙ୍କ ନାଁ ନାହିଁ। ପୁଣିଥରେ ମୁକେଶ ଅମ୍ବାନୀ ଏସିଆର ଏକ ନମ୍ବର ଧନୀ ହୋଇଛନ୍ତି। ବୁଧବାର ଆଦାନୀଙ୍କ ଶେୟାର ମୂଲ୍ୟ ହ୍ରାସ ହେବାରୁ ସେ ଧନୀ ତାଲିକାରେ ତଳକୁ ଖସିଆସିଛନ୍ତି। ବର୍ତ୍ତମାନ ତାଙ୍କ ସମ୍ପତ୍ତି ୭୬.୮ ବିଲିୟନ ଆମେରିକୀୟ ଡଲାର ବୋଲି ଫୋର୍ବ୍ସ ପତ୍ରିକା ସୂଚନା ଦେଇଛି।

ରିପୋର୍ଟ ପ୍ରକାଶ ପାଇବାର ସପ୍ତାହକ ଭିତରେ ଆଦାନୀ ଗ୍ରୁପରେ ତାଲିକାଭୁକ୍ତ କମ୍ପାନୀର ଶେୟାର୍‌ ମୂଲ୍ୟରେ ୯୨ ବିଲିୟନ ଆମେରିକୀୟ ଡଲାର ହ୍ରାସ ହୋଇଛି ବୋଲି ବ୍ଲୁମବର୍ଗ ରିପୋର୍ଟରେ ପ୍ରକାଶ ପାଇଛି। ଆଦାନୀଙ୍କ ବ୍ୟକ୍ତିଗତ ସମ୍ପତ୍ତିରେ ୪୦ ବିଲିୟନ ହ୍ରାସ ହୋଇଛି। ବର୍ତ୍ତମାନ ସ୍ଥିତି ଏମିତି ହେଲାଣି ଯେ ଆଦାନୀ ନିଜ ବ୍ୟବସାୟ ବଞ୍ଚାଇବାରେ ଲାଗିପଡ଼ିଛନ୍ତି। ତେବେ ମଙ୍ଗଳବାର ଆଦାନୀ ସମ୍ପତ୍ତିରେ ୨.୫ ବିଲିୟନ ଶେୟାର ବିକ୍ରି ପାଇଁ ନିବେଶକଙ୍କ ସମର୍ଥନ ମିଳିଥିଲା।     

   Related Posts