ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||
  • ରାଜଧାନୀରେ ପୁଣି ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ଅପରାଧି ଜିତୁ ଆହତ
  • ||
  • ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ପୁଟିନ୍‌ଙ୍କ ବଡ଼ ଘୋଷଣା, କହିଲେ-ବେଲାରୁସ୍‌ରେ ପରମାଣୁ ହତିଆର ନିୟୋଜିତ କରିବ ରୁଷ
  • ||
  • ଭୂମିକମ୍ପ ଝଟକା ଥରିଲା ରାଜସ୍ଥାନ, ବିକାନୋର ଠାରୁ ୫୧୬ କିମି ଦୂରରେ କେନ୍ଦ୍ରସ୍ଥଳ
  • ||

ଗୋଟିଏ ନେଗେଟିଭ୍ ରିପୋର୍ଟ ଆଉ ବୁଡି ଗଲା ଆଦାନୀଙ୍କ ୪୮,୦୦୦ କୋଟି ଟଙ୍କା, ସେୟାରଠାରୁ ବଣ୍ଡ ସବୁ ଧରାଶାୟୀ

26/01/2023 at 7:44 PM

ନୂଆଦିଲ୍ଲୀ: ଗୌତମ ଆଦାନୀଙ୍କ ଗ୍ରୁପ ପାଇଁ ବୁଧବାର ବିପର୍ଯ୍ୟୟ ଆଣିଥିଲା । ଗ୍ରୁପର ତାଲିକାଭୁକ୍ତ ସମସ୍ତ ୭ କମ୍ପାନିର ବଣ୍ଡ ଏବଂ ସେୟାର ମୂଲ୍ୟରେ ହ୍ରାସ ଦେଖିବାକୁ ମିଳିଥିଲା । ଏହାସହ ଗୌତମ ଆଦାନୀଙ୍କ ସମ୍ପତ୍ତି ଗୋଟିଏ ଝଟକାରେ ୪୮,୦୦୦ କୋଟି କମ ହୋଇଛି । ଆମେରିକାର ହିଡେନବର୍ଗ ରିସର୍ଚ୍ଚର ଏକ ରିପୋର୍ଟ ପରେ ଆଦାନୀ ଗ୍ରୁପକୁ ଏହି ଝଟକା ଲାଗିଛି । ଉଲ୍ଲେଖଯୋଗ୍ୟ ଯେ ଏହି ରିପୋର୍ଟରେ ଆଦାନୀ ଗ୍ରୁପ ବିଷୟରେ ଅନେକ ନକାରାତ୍ମକ ଟିପ୍ପଣୀ କରାଯାଇଥିଲା । ଏହି ରିପୋର୍ଟର ପ୍ରଭାବ ଗ୍ରୁପର ନିବେଶକଙ୍କ ଠାରୁ ଆରମ୍ଭ ଗୌତମ ଆଦାନୀଙ୍କ ପଡିଛି ।

ବ୍ଲୁମବର୍ଗ ବିଲେନିୟର୍ସ ସୂଚକାଙ୍କ ଅନୁସାରେ, ଗୌତମ ଆଦାନୀଙ୍କୁ ଗୋଟିଏ ଦିନରେ ୬ ବିଲିୟନ ଡଲାର (ପ୍ରାୟ ୪୮,୦୦୦ କୋଟି ଟଙ୍କା) କ୍ଷତି ହୋଇଛି । ୨୦୨୩ ଜାନୁଆରୀ ୨୬ରେ ତାଙ୍କର ମୋଟ ସମ୍ପତ୍ତି ବର୍ତ୍ତମାନ ସମୟରେ ୧୧୩ ବିଲିୟନ ଡଲାର ରହିଛି । ଗୌତମ ଆଦାନୀ ଏହି ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି । ଉଲ୍ଲେଖଯୋଗ୍ୟ ଯେ ବ୍ଲୁମବର୍ଗ ବିଲେନିୟର ସୂଚକାଙ୍କ ୫୦୦ ସବୁଠୁ ଧନୀ ବ୍ୟକ୍ତିଙ୍କ ପ୍ରତିଦିନ ରାଙ୍କିଂ ଅପଡେଟ୍ କରିଥାଏ ।

ଫରେନସିକ ଫାଇନାନସିଆଲ ରିସର୍ଚ୍ଚ ଫାର୍ମ ହିଡେନବର୍ଗ ନିଜର ରିପୋର୍ଟରେ ଦାବି କରିଛି ଯେ ଆଦାନୀ ଗ୍ରୁପର କମ୍ପାନି ଗୁଡିକର ସେୟାର ଭେଲ୍ୟୁସନରେ ଘୋଟାଲା କରାଯାଇଛି । ଗ୍ରୁପର ସେୟାରକୁ ୮୫ ପ୍ରତିଶତ ଅଧିକ ଓଭରଭେଲ୍ୟୁଡ୍ କୁହାଯାଇଛି । ରିପୋର୍ଟ ଅନୁସାରେ, ଆଦାନୀ ଗ୍ରୁପର ପ୍ରମୁଖ ଲିଷ୍ଟେଡ୍ କମ୍ପାନି ଲୋନ ନେଇଛନ୍ତି । ଅନ୍ୟପଟେ ସେୟାରକୁ ବନ୍ଧକ ରଖି ଗ୍ରୁପର ଗ୍ରସ ଫାଇନାନସିଆଲ କଣ୍ଡିସନକୁ ବିପଦରେ ପକାଇଛି । ଉଲ୍ଲେଖଯୋଗ୍ୟ ଯେ ଆଦାନୀ ଏଣ୍ଟରପ୍ରାଇଜେସ ଏଫସିଓ ଜରିଆରେ ୨.୫ ବିଲିୟନ ଡଲାର ଏକାଠି କରିବା ନେଇ ଲକ୍ଷ୍ୟ ରଖିଛି । ତେବେ ଏହା ପୂର୍ବରୁ ହିଡେନବର୍ଗର ଏହି ରିପୋର୍ଟକୁ ନେଇ ବଡ଼ ବିତର୍କ ଆରମ୍ଭ ହୋଇଛି ।

   Related Posts