ଏଲନ ମସ୍କ ଏବଂ ଜେଫ ବେଜୋସଙ୍କୁ ପଛରେ ପକାଇଲେ ଗୌତମ ଅଦାନୀ, ଆୟରେ ନମ୍ବର ଓ୍ଵାନ

Published By : Prameya-News7 Bureau | March 16, 2022 IST

ନୂଆଦିଲ୍ଲୀ ୧୬।୦୩: ଏଲନ ମସ୍କ ଏବଂ ଜେଫ ବେଜୋସଙ୍କୁ ପଛରେ ପକାଇଲେ ଗୌତମ ଅଦାନୀ। ଆୟ ମାମଲାରେ ହେଲେ ନମ୍ବର ଓ୍ଵାନ ବ୍ୟବସାୟୀ। ଏସିଆର ଦ୍ଵିତୀୟ ସବୁଠୁ ଧନ୍ୟ ବ୍ୟକ୍ତି ଗୌତମ ଅଦାନୀଙ୍କ ୨୦୨୧ରେ ନିଜ ସଂପତ୍ତିରେ ୪୯ ବିଲିୟନ ଆମେରିକୀୟ ଡଲାର ବୃଦ୍ଧି ଘଟିଛି। ଦୁନିଆର ୩ ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କ, ଜେଫ ବେଜୋସ ଏବଂ ବର୍ଣ୍ଣାର୍ଡ ଆରନଲ୍ଡଙ୍କ ୨୦୨୧ରେ ଆୟ କରିଥିବା ସଂପତ୍ତି ମିଶାଇ ଦେଲେ ମଧ୍ୟ ଗୌତମ ଅଦାନୀଙ୍କଠୁ କମ ହେବ। ୨୦୨୨ ଏମ ୩  ଏମ ହୁରୁନ ଗ୍ଲୋବାଲ ରିଚ୍ ଲିଷ୍ଟ ବୁଧବାର ଏହି ସୂଚନା ଦେଇଛି।

ତଥାପି ରିଲାୟନ୍ସ ଇଣ୍ଡଷ୍ଟ୍ରୀଜର ମାଲିକ ମୁକେଶ ଅମ୍ବାନୀ ୧୦୩ ବିଲିୟନ ଆମେରିକୀୟ ଡଲାର ସହ ଏସିଆର ଏକ ନମ୍ଵର ଧନୀ ବ୍ୟକ୍ତି ଅଛନ୍ତି। ତେବେ ୨୦୨୧ରେ ସଂପତ୍ତି ବୃଦ୍ଧି ମାମଲାରେ ଅଦାନୀ ସମସ୍ତଙ୍କୁ ପଛରେ ପକାଇଛନ୍ତି। ଗତ ୧୦ ବର୍ଷରେ ଅମ୍ବାନୀଙ୍କ ସଂପତ୍ତି ୪୦୦ ପ୍ରତିଶତ ବୃଦ୍ଧି ଘଟିଥିବା ବେଳେ ଅଦାନୀଙ୍କ ସଂପତ୍ତିରେ ୧୮୩୦ ପ୍ରତିଶତ ବୃଦ୍ଧି ଘଟିଛି।

ଏମ୩ଏମ ହୁରୁନ ଗ୍ଲୋବାଲ ରିଚ୍ ତାଲିକାରେ କୁହାଯାଇଛି ଯେ, ୫୯ ବର୍ଷୀୟ ଗୌତମ ଅଦାନୀ ୨୦୨୨ରେ ସବୁଠୁ ଅଧିକ ଲାଭ କମାଇଥିବା ଉଦ୍ୟୋପତି। ଗତ ବର୍ଷ ଅଡାନୀ ନିଜ ସଂପତ୍ତିରେ ୪୯ ଅରବ ଡଲାର ଯୋଡିଛନ୍ତି। ଗୋଟିଏ ବର୍ଷରେ ତାଙ୍କ ସଂପତ୍ତିରେ ଯେତିକି ବୃଦ୍ଧି ଘଟିଛି ସେତିକି ବୃଦ୍ଧି ଏଲନ ମସ୍କ, ଜେଫ ବେଜୋସ ଏବଂ ବର୍ଣ୍ଣାର୍ଡ ଅରନାଲ୍ଟଙ୍କ ପରି  ତିନି ବିଶ୍ଵ ଅରବପତିଙ୍କର ହୋଇ ନାହିଁ। ୨୦୨୧ରେ ମୁକେଶ ଅମ୍ବାନୀଙ୍କ ସଂପତ୍ତିରେ ୨୦ ବିଲିୟନ ଆମେରିକୀୟ ଡଲାର ବୃଦ୍ଧି ଘଟିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.