AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁମ୍ୱାଇ: ଗୁଲମର୍ଗ ସ୍କିଂ ରିସର୍ଟରେ ହିମସ୍ଖଳନ, ଫସିଲେ ଅନେକ ବିଦେଶୀ ଟୁରିଷ୍ଟ
  • ||
  • ନବ ଦାସ ହତ୍ୟା ମାମଲା, ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ଜେ.ପି ଦାସ କରିବେ ତଦନ୍ତର ତଦାରଖ
  • ||
  • ଭୁବନେଶ୍ୱର: ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି, ଟ୍ୱିନସିଟିର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ
  • ||
  • ବଜେଟ୍: ସୁନା-ରୁପା, ସିଗାରେଟ୍ ମହଙ୍ଗା, ଶସ୍ତା ହେଲା ଟିଭି ଉପକରଣ ଓ ସାଇକେଲ୍, ଖେଳନା
  • ||
  • ବଜେଟ୍‌ ଫୋକସ୍; ୨୦୪୭ ସୁଦ୍ଧା ଦୂର ହେବ ଏମିନିଆ, ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ ଲକ୍ଷ୍ୟ
  • ||
  • ବଜେଟ୍‌ ଫୋକସ୍; ୨୦୪୭ ସୁଦ୍ଧା ଦୂର ହେବ ଏମିନିଆ, ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ ଲକ୍ଷ୍ୟ
  • ||
  • ଢେଙ୍କାନାଳ: ରାସ୍ତାରେ ଓଲଟିପଡ଼ିଲା ଯାତ୍ରୀବାହୀ ଅଟୋ, ୯ ଆହତ
  • ||

ଦୁନିଆର ଦ୍ଵିତୀୟ ସବୁଠୁ ବଡ ଧନୀ ହେବାର ନିକଟତର ଗୌତମ ଅଦାନୀ, ବାସ୍ ଏତିକି ରହିଛି ବ୍ୟବଧାନ

7/09/2022 at 4:22 PM

ନୂଆଦିଲ୍ଲୀ: ଗୌତମ ଅଦାନୀ ଦୁନିଆର ଶୀର୍ଷ ୧୦ ଧନଶାଳୀ ବ୍ୟକ୍ତିଙ୍କ ତାଲିକାରେ ଲଗାତାର ଉପରକୁ ଉଠି ଚାଲିଛନ୍ତି। ସେ ଆମାଜନର ଜେଫ ବେଜୋସଙ୍କୁ ପଛରେ ପକାଇ ପୁଣି ଥରେ ତୃତୀୟ ସ୍ଥାନରେ ପହଞ୍ଚିଛନ୍ତି। ଏବେ ତାଙ୍କର ଲକ୍ଷ୍ୟ ଦ୍ଵିତୀୟ ସ୍ଥାନକୁ ଉଠିବା ଉପରେ ରହିଛି। ସଂପ୍ରତି ଦୁନିଆର ଦ୍ଵିତୀୟ ସବୁଠୁ ବଡ ଧନୀ ବର୍ଣ୍ଣାର୍ଡ ଆରନଲ୍ଟ ଏବଂ ଅଦାନୀଙ୍କ ମଧ୍ୟରେ ସଂପତ୍ତିର ବ୍ୟବଧାନ ବହୁତ କମ ରହିଛି।

ଫୋବର୍ସର ରିୟଲ ଟାଇମ ବିଲେନିୟର୍ସ ଇଣ୍ଡେକ୍ସ ଅନୁଯାୟୀ, ଅଦାନୀ ଗ୍ରୁପର ଚେୟାରମ୍ୟାନ ଗୌତମ ଅଦାନୀଙ୍କ ମୋଟ୍ ସଂପତ୍ତିର ପରିମାଣ ବଢି ୧୪୮.୮ ବିଲିୟନ ଡଲାରରେ ପହଞ୍ଚିଛି। ଏହି ସଂପତ୍ତି ସହିତ ଟପ୍-୧୦ ତାଲିକାରେ ଅଦାନୀ ପୁଣି ଥରେ ତୃତୀୟ ସ୍ଥାନରେ ପହଞ୍ଚି ଯାଇଛନ୍ତି। ଉଲ୍ଲେଖନୀୟ ଗତ ଦିନରେ ଫ୍ରାନ୍ସର କୋଟି ପତି ବର୍ଣ୍ଣାର୍ଡ ଆରନଲ୍ଟଙ୍କୁ ପଛରେ ପକାଇ ଅଦାନୀ ତୃତୀୟ ସ୍ଥାନରେ ପହଞ୍ଚିଥିଲେ। ହେଲେ ଆରନଲ୍ଟଙ୍କ ସଂପତ୍ତିରେ ବୃଦ୍ଧି କାରଣରୁ ସେ ଏବେ ଦ୍ଵିତୀୟ ସ୍ଥାନରେ ପହଞ୍ଚି ଯାଇଛନ୍ତି।

ଅଦାନୀଙ୍କ ଉପରେ ଦୁଇ ଜଣ କୋଟିପତି

ଫୋବର୍ସ ତାଲିକା ଅନୁଯାୟୀ, ଭାରତୀୟ ଉଦ୍ୟୋଗପତି ଗୌତମ ଅଦାନୀଙ୍କ ଉପରେ କେବଳ ଦୁଇ ଜଣ କୋଟିପତି ରହିଛନ୍ତି। ଟେସ୍‌ଲା ସିଇଓ ଏଲନ ମସ୍କ ଧନଶାଳୀ ବ୍ୟକ୍ତିଙ୍କ ତାଲିକାରେ ପ୍ରଥମ ସ୍ଥାନରେ ରହିଛନ୍ତି। ତାଙ୍କର ମୋଟ୍ ସଂପତ୍ତିର ପରିମାଣ ୨୫୩.୪ ବିଲିୟନ ଡଲାର। ୧୫୪.୯ ବିଲିୟନ ଡଲାରର ସଂପତ୍ତି ସହ ବର୍ଣ୍ଣାର୍ଡ ଆରନଲ୍ଟ ଦ୍ଵିତୀୟ ସ୍ଥାନରେ ନିଜର ସ୍ଥିତି ଜାହିର କରିଛନ୍ତି।

ଅଦାନୀ-ଆରନଲ୍ଟଙ୍କ ମଧ୍ୟରେ ଏତିକି ବ୍ୟବଧାନ

ଗୌତମ ଅଦାନୀ ଏବଂ ଦ୍ଵିତୀୟରେ ଥିବା ଆରନଲ୍ଟଙ୍କ ମଧ୍ୟରେ ବ୍ୟବଧାନ ବହୁତ କମ ରହିଛି। ଦୁହିଁଙ୍କ ସଂପତ୍ତିରେ ଏବେ ୬.୧ ବିଲିୟନ ଡଲାରର ଅନ୍ତର ରହିଛି। ଯେଉଁ ଗତିରେ ଅଦାନୀଙ୍କ ସଂପତ୍ତି ବଢିବାରେ ଲାଗିଛି, ତାକୁ ଦେଖିଲେ ଲାଗୁଛି ସେ ଶୀଘ୍ର ଦୁନିଆର ଦ୍ଵିତୀୟ ସବୁଠୁ ବଡ ଧନୀ ହୋଇ ପାରନ୍ତି। ଅନ୍ୟପଟେ ଜେଫ ବେଜୋସ୍ ଏବଂ ଅଦାନୀଙ୍କ ସଂପତ୍ତି ମଧ୍ୟରେ ବ୍ୟବଧାନ ୧୨.୧ ବିଲିୟନ ଡଲାର ରହିଛି।

   Related Posts