scan steel
web-baneer-728x90
WhatsApp Image 2023-12-06 at 12.52.17
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କୁକୁର ମାଂସ ବ୍ୟାନ୍ ନେଇ ସରକାରଙ୍କ ନିର୍ଦ୍ଦେଶକୁ ଖାରଜ କଲେ ହାଇକୋର୍ଟ

7/06/2023 at 4:11 PM

କୋହିମା: ନାଗାଲଣ୍ଡରେ କୁକୁର ମାଂସ ବିକ୍ରି ବ୍ୟାନ୍ ନେଇ ରାଜ୍ୟ  ସରକାରଙ୍କର ନିର୍ଦ୍ଦେଶକୁ ଖାରଜ କଲେ ଗୌହାଟି ହାଇକୋର୍ଟ। କୋହିମା ଖଣ୍ଡପୀଠ ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କର ୩ ବର୍ଷ ତଳର ପୁରୁଣା ନିର୍ଦ୍ଦେଶକୁ ଖାରଜ କରିଦେଇଛନ୍ତି।

୨୦୨୦ ମସିହାରେ ନାଗାଲାଣ୍ଡ ସରକାର ରାଜ୍ୟରେ କୁକୁର ମାଂସ ସମ୍ପୂର୍ଣ୍ଣ ବ୍ୟାନ୍ କରିବା ନେଇ ନିର୍ଦ୍ଦେଶ ଜାରି କରିଥିଲେ। କୁକୁର ମାଂସର ବ୍ୟପାରା, ବାଣିଜ୍ୟିକ ଆମଦାନୀ, ବଜାରରେ କୁକୁର ମାଂସ ବିକ୍ରି ଓ ରେଷ୍ଟୁରାଣ୍ଟରେ କୁକୁର ମାଂସକୁ ସମ୍ପୂର୍ଣ୍ଣ ବ୍ୟାନ୍ କରାଯାଇଥିଲା।

ଗତ ଶୁକ୍ରବାର ଜଷ୍ଟିସ୍ ମାର୍ଲି ଭାଙ୍କୁଙ୍ଗ କହିଥିଲେ ଯେ କୌଣସି ଆଇନଗତ ସମର୍ଥନରେ ବିନା ସରକାର କୁକୁର ମାଂସ ଉପରେ ବ୍ୟାନ୍ ଲଗାଇ ପାରିବେ ନାହିଁ। କୋର୍ଟ କହିଛନ୍ତି ଯେ କୁକୁର ମଂସ ନାଗାଲଣ୍ଡ ଲୋକଙ୍କର ଏକ ସ୍ୱୀକୃତି ପ୍ରାପ୍ତ ଭୋଜନ। କୁକୁର ପଶୁଙ୍କ ପରିଭାଷାରେ ବି ଆସୁ ନାହାନ୍ତି। ତେଣୁ କୁକୁର ମାଂସ ଉପରେ ବ୍ୟାନ୍ ଲଗାଇବା ଯଥାର୍ଥ ନୁହେଁ ବୋଲି କୋର୍ଟ କହିଛନ୍ତି।

All you need to know about the Indian pariah dog | Hindustan Times

ପଢ଼ନ୍ତୁ- ପଞ୍ଚମ ଥର ପାଇଁ ନାଗାଲାଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନେଫ୍ୟୁ ରିଓ, ପ୍ରଥମ ମହିଳା ବିଧାୟକ ହେଲେ ମନ୍ତ୍ରୀ

କୋହିମ ନଗର ପରିଷଦ ଅନୁସାରେ ଲାଇସେନ୍ସ ପ୍ରାପ୍ତ ତିନି ବେପାରୀଙ୍କୁ କୁକୁର ମାଂସ ବିକ୍ରି ଉପରେ ଜୁଲାଇ ୨୦୨୦ରେ ବ୍ୟାନ୍ କରାଯାଇଥିଲା। ସେମାନେ ଏହାକୁ ନେଇ ହାଇକୋର୍ଟରେ ଆବେଦନ କରିଥିଲେ। ଏହାପରେ ହାଇକୋର୍ଟ ମାମଲାରେ ଶୁଣାଣି କରି ୨୦୨୦ ନଭେମ୍ବର ମାସରେ ସରକାରଙ୍କ ନିର୍ଦ୍ଦେଶ ଉପରେ ପ୍ରତିବନ୍ଧ ଲଗାଇ ଦେଇଥିଲେ। ଏଜି ନିର୍ଦ୍ଦେଶକୁ ସମ୍ପୂର୍ଣ୍ଣ ଖାରଜ କରିଦେଇଛନ୍ତି।

ବିଚାରପତି ମାର୍ଲି ଭାଙ୍କୁଙ୍ଗ କହିଛନ୍ତି ଯେ ବେରାରୀ(ଆବେଦନକାରୀ) ତାଙ୍କର ଜୀବିକା ନିର୍ବାହ କରିବା ପାଇଁ ସମ୍ପୂର୍ଣ୍ଣ ସକ୍ଷମ। ୨୦୧୧ ଖାଦ୍ୟ ସୁରକ୍ଷା ଓ ମାନକ ବିନିୟମରେ ପଶୁଙ୍କ ପରିବାଷାରେ କୁକୁର ଉଲ୍ଲେଖ ନାହିଁ। ଏହାକୁ ନେଇ କୌଣସି ଆଶ୍ଚର୍ଯ୍ୟର କତା ନୁହେଁ। କାରଣ ପୂର୍ବୋତ୍ତର କେତେକ ରାଜ୍ୟରେ କୁକୁର ମାଂସ ଖିଆଯାଉଛି।  

7 Stunning Indian Dog Breeds You Must Adopt Today – Pet Natural Remedies

ବିଚାରପତି କହିଛନ୍ତି “କୁକୁର ମାଂସକୁ ମଣିଷର କ୍ଷ୍ୟୁଧା ନିବାରଣ ପାଇଁ ଭୋଜନର ମାନକ ବୋଲି ବିଚାର କରାଯାଏ ନାହିଁ। ଓ ମାନବର କ୍ଷ୍ୟୁଧା ନିବାରଣ ପାଇଁ ସୁରକ୍ଷିତ ପଶୁର ତାଲିକାରେ କୁକୁରକୁ ବାହାର କରାଯାଇଛି। ନିୟମ ୨.୫.୧(ଏ) ଅନୁସାର ମାନବର କ୍ଷ୍ୟୁଧା ନିବାରଣ ପାଇଁ କୁକୁରଖୁ ଏକ ପଶୁ ଭାବେ ସାମିଲ୍ କରିବାର ବିଚାର ଅକଳ୍ପନୀୟ ହେବ। କାରଣ କୁହାଯାଏ ୟେ କୁକୁର ମାଂସ କେହି ଖାଇପାରିବେ ନାହି। ହେଲେ ଏଠାକାର ଲୋକେ ଏହାକୁ ଔଷଧୀ ବୋଲି ମାନୁଛନ୍ତି।”

ପଢ଼ନ୍ତୁ-କେନ୍ଦ୍ର କ୍ୟାବିନେଟର MSP ମାଷ୍ଟରଷ୍ଟୋକ୍; ବଢ଼ିଲା ଧାନ, ସୂର୍ଯ୍ୟମୁଖୀ ଓ କପାର ସର୍ବନିମ୍ନ ସହାୟକ ମୂଲ୍ୟ
ହାଇକୋର୍ଟ ଆହୁରି କହିଛନ୍ତି ଯେ  ନାଗାଲାଣ୍ଡ ବିଭିନ୍ନ ଜନଜାତୀର ଲୋକେ କୁକୁର ମାଂସ ଖାଉଛନ୍ତି। ତାଙ୍କର ବିଶ୍ୱାସ ଯେ ଏହା ଏକ ଔଷଧ। ଯଦିଓ ଏଥିରେ କୌଣସି ଆଧାର ମିଳିପାରି ନାହିଁ।  

Gauhati High Court to celebrate Platinum Jubilee on April 5 |

କୋର୍ଟ କହିଛନ୍ତି ଯେ  କୁକୁର ମାଂସର ବ୍ୟାପାର ଓ ଖାଇବାରେ କୌଣସି ଆଇନ୍‌ର ଅଭାବରୁ କାର୍ଯ୍ୟପାଳିକାର ଏଭଳି ପ୍ରତିବନ୍ଧକକୁ ଅଲଗା ରଖାଯାଇପାରିବ। ଯଦି ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀରୁ ନିର୍ଦ୍ଦେଶ ଲାଗିଥାଏ ତେବେ ବି ଏହାକୁ ଅଲଗା ରଖାଯାଇପାରିବ।  

   Related Posts