ମାଆ ହେବାର ୧୦ ଦିନ ପରେ ଏତିକି କିଲୋ ଓଜନ ହ୍ରାସ କଲେ ଗୌହର, ଫଟୋ ଭାଇରାଲ
25/05/2023 at 9:52 AM

ମୁମ୍ଵାଇ ୨୫।୦୫: ବଲିଉଡ ଅଭିନେତ୍ରୀ ଗୌହର ଖାନ। ୧୦ ମେ’ ରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ । ମା ହେବା ପରେ ଅଭିନେତ୍ରୀ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍ ଅଛନ୍ତି। ସେ ପ୍ରାୟତଃ ସମୟ ଇନଷ୍ଟାଗ୍ରାମରେ ନିଜର ଫଟୋ ଏବଂ ଭିଡିଓ ସେୟାର କରନ୍ତି । ଏଥର ମଧ୍ୟ ସମାନ ଘଟଣା ଘଟିଛି। ବର୍ତ୍ତମାନ ଗୌହର ତାଙ୍କର ନୂଆ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ସେ ଡେଲିଭରି ପରେ ତାଙ୍କ ପୁରୁଣା ଫିଗରରେ ନଜର ଆସିଛନ୍ତି ।
ଗର୍ଭାବସ୍ଥାରେ ଗୌହର ଖାନଙ୍କ ଓଜନ ବହୁତ ବୃଦ୍ଧି ପାଇଥିଲା, କିନ୍ତୁ ବର୍ତ୍ତମାନ ପୁଣିଥରେ ଅଭିନେତ୍ରୀ ତାଙ୍କ ପୁରୁଣା ଫିଗରକୁ ଫେରି ଆସିଛନ୍ତି। ଏହି ଫଟୋରେ ଗୌହର ଖାନଙ୍କ ଚମତ୍କାର ପରିବର୍ତ୍ତନ ଦୃଶ୍ୟମାନ ହେଉଛି । ଏହି ଫଟୋ ସେୟାର କରି ଅଭିନେତ୍ରୀ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି । ଗୌହର ଖାନ କ୍ରିମ ରଙ୍ଗର ନାଇଟ୍ ସୁଟ ପିନ୍ଧିଥିବା ବେଳେ ଇନଷ୍ଟାଗ୍ରାମରେ ନିଜର ଫଟୋ ସେୟାର କରିବା ବେଳେ ପ୍ରକାଶ କରିଛନ୍ତି ଯେ ସେ ମାତ୍ର ୧୦ଦିନ ମଧ୍ୟରେ ୧୦ କିଲୋ ହ୍ରାସ କରିଛନ୍ତି ।
ସେଲଫି ଉଠାଇ ଅଭିନେତ୍ରୀ ଲେଖିଛନ୍ତି, ” ଡେଲିଭରି ପରେ ୧୦ ଦିନର ୧୦ କିଲୋଗ୍ରାମ ଓଜନ ହ୍ରାସ କରିଛି। ଆଲହମଦୁଲିଲା। ତଥାପି ଏବେ ଆଉ ୬ କେଜି ହ୍ରାସ କରିବାର ଅଛି। ହ୍ୟାସଟ୍ୟାଗ ନ୍ୟୁ ମମ୍ ଲାଇଫ୍ ।” କହିବାକୁ ଗଲେ ଗୌହର ଖାନ ଏବଂ ଜେଦ ଦରବାରଙ୍କୁ ୨୦୨୦ରେ ବିବାହ କରିଥିଲେ।