ମାଆ ହେବେ ଅଭିନେତ୍ରୀ ଗୌହର ଖାନ୍, ଭିଡିଓ ସେୟାର କରି ଜଣାଇଲେ ଗୁଡ୍ନ୍ୟୁଜ୍
21/12/2022 at 7:47 AM

ମୁମ୍ଵାଇ ୨୧।୧୨: ଟିଭି ଇଣ୍ଡଷ୍ଟ୍ରିର ଗ୍ଲାମରସ୍ ଅଭିନେତ୍ରୀ ଗୌହର ଖାନ୍ । ଖୁବ୍ ଶୀଘ୍ର ସେ ମା ହେବାକୁ ଯାଉଛନ୍ତି। ଏହି ଖବର ଅଭିନେତ୍ରୀ ନିଜେ ପ୍ରଶଂସକଙ୍କ ସହ ସେୟାର କରିଛନ୍ତି। ସୋସିଆଲ ମିଡିଆରେ ଏକ ମଜାଦାର ଭିଡିଓ ସେୟାର କରି ଅଭିନେତ୍ରୀ ନିଜେ କନଫର୍ମ କରିଛନ୍ତି। କମେଣ୍ଟ ବକ୍ସରେ ପ୍ରଶଂସକମାନେ ଏହି କପଲଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ଟିଭି ରିଆଲିଟି ସୋ ‘ବିଗ୍ ବସ୍ ୭’ ବିଜେତା ‘ଗୌହର ଖାନ ୨୫ ଡିସେମ୍ବର ୨୦୨୦ରେ କୋରିଓଗ୍ରାଫର ଜୈଦ୍ ଦରବାରଙ୍କୁ ବିବାହ କରିଥିଲେ। ଏବେ ଏହି ଦମ୍ପତି ସୋସିଆଲ ମିଡିଆରେ ନିଜର ପ୍ରଥମ ସନ୍ତାନକୁ ସ୍ଵାଗତ କରିବେ ବୋଲି ପ୍ରସ୍ତୁତ ଅଛନ୍ତି। ଅଭିନେତ୍ରୀଙ୍କ ସ୍ଵାମୀ ଜୈଦକୁ ଟ୍ୟାଗିଂ କରିଥିବା ଏକ ଆନିମେଟେଡ୍ ଭିଡିଓ ସେୟାର କରିଛନ୍ତି । ଏଥିରେ ଦମ୍ପତି ଖୁବ୍ ଶୀଘ୍ର ଦୁଇରୁ ତିନି ଜଣ ହେବା କଥା କହିଛନ୍ତି।
ଭିଡିଓ ସେୟାର କରିବାବେଳେ ଗୌହର ଏକ ସୁନ୍ଦର କ୍ୟାପସନ୍ ଲେଖିଥିଲେ, ବିସ୍ମିଲ୍ଲା ହିର ରହମାନ ନିର ରହୀମ … ଆପଣଙ୍କର ସମସ୍ତ ପ୍ରେମ ଏବଂ ପ୍ରାର୍ଥନା ଆବଶ୍ୟକ କରନ୍ତି .. ♥ମାଶା ଆଲ୍ଲା! ପ୍ରଶଂସକ ହିଁ ନୁହଁନ୍ତି ଅନେକ ଟେଲିଷ୍ଟାର ବି ଦୁହିଁଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ଗୌହର ଛୋଟ ପରଦାରୁ ଆରମ୍ଭ କରି OTT ପ୍ଲାଟଫର୍ମରେ ଧମାଲ କରିଥିଲେ ।