ରାଜ୍ୟ OBC କମିଶନ ପୁନର୍ଗଠନ : ଧର୍ମେନ୍ଦ୍ର କହିଲେ ବିଳମ୍ବ ହେଲା, କିନ୍ତୁ ସମସ୍ତଙ୍କୁ ନାଯ୍ୟ ଅଧିକାର ଜରୁରୀ

Published By : Prameya-News7 Bureau | February 12, 2020 IST

ଭୁବନେଶ୍ବର ୧୨।୦୨: ରାଜ୍ୟ ଓବିସି କମିଶନ ପୁନର୍ଗଠନ କଲେ ରାଜ୍ୟ ସରକାର । ଦୀର୍ଘବର୍ଷ ପରେ ରାଜ୍ୟ ସରକାର ପୁଣି ଥରେ ଓବିସି କମିଶନ ପୁନର୍ଗଠନ କରିଛନ୍ତି । ୨୦୦୪ରୁ ୨୦୧୨ ଯାଏଁ ଓଡ଼ିଶାରେ ଓବିସି କମିଶନ ନିଯୁକ୍ତ ହୋଇଥିଲେ  । କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ଏହି ପଦବୀ ଖାଲି ପଡ଼ିଥିଲା । ପୁନଃ ଗଠନ ହୋଇଥିବା ଓବିସି କମିଶନ ଅଧ୍ୟକ୍ଷ ଭାବେ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ରଘୁନାଥ ବିଶ୍ବାଳଙ୍କୁ ନିଯୁକ୍ତି ମିଳିଛି ।

କମିଶନ ସଦସ୍ୟ ଭାବେ ପ୍ରଫେସର ନବୀନ ରଥ, ପ୍ରଫେସର ମିତାଲି ଚିନାରା ଓ ଡକ୍ଟର ପ୍ରସନ୍ନ କୁମାର ପାତ୍ରଙ୍କୁ ମନୋନୀତ କରାଯାଇଥିବା ବେଳେ କମିଶନ ସଦସ୍ୟ ସଚିବ ଭାବେ ଆଇଏଏସ୍ ଅଫିସର ବୀରବିକ୍ରମ ଯାଦବ କାର୍ଯ୍ୟ କରିବେ । ଓଡ଼ିଶା ରାଜ୍ୟ ଓବିସି ଆକ୍ଟ ୧୯୯୩ର ପ୍ରାବଧାନ ଅନୁସାରେ କମିଶନ ଅଧ୍ୟକ୍ଷ ଓ ସଦସ୍ୟମାନଙ୍କୁ ନିଯୁକ୍ତି ଦିଆଯାଇଛି । ଆଗାମୀ ଜନଗଣନାରେ ସ୍ବତନ୍ତ୍ର ଭାବେ ଓବିସି କଲମ ରଖିବାକୁ ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ଚିଠି ଲେଖିଥିଲେ । ଏହା ପରେ ବିଜେପି ଓବିସି କମିଶନ ଗଠନ ନେଇ ପ୍ରଶ୍ନ ଉଠାଇଥିଲା ।

{"id":223771,"sizeSlug":"large"}

ସେପଟେ ରାଜ୍ୟ ସରକାର ଓବିସି କମିଶନ ଗଠନ କରିବା ପରେ ଟ୍ବିଟ୍ କରି ନିଜ ମତ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦୀର୍ଘ ୩୦ବର୍ଷ ଧରି ଓଡ଼ିଶାର ଓବିସି ଓ ଏସିବିସି ବର୍ଗ ସେମାନଙ୍କ ସାମ୍ବିଧାନିକ ଅଧିକାରରୁ ବଞ୍ଚିତ ଅଛନ୍ତି । ଚାକିରି ଓ ଶିକ୍ଷାନୁଷ୍ଠାନରେ ସଂରକ୍ଷଣ ପାଇଁ ସାମ୍ବିଧାନିକ ବିଧିବ୍ୟବସ୍ଥା ସତ୍ବେ ଏହି ସମାଜକୁ ସେମାନଙ୍କ ଅଧିକାର ଦିଆଯାଇପାରିନାହିଁ । ବହୁ ବିଳମ୍ବରେ ହେଲେ ମଧ୍ୟ ରାଜ୍ୟ ସରକାର ଓବିସି କମିଶନ ଗଠନ କରିଛନ୍ତି । ଏହା ଓବିସି ସମାଜର ଦୀର୍ଘ ଦିନର ଦାବି କାରଣରୁ ସମ୍ଭବ ହୋଇପାରିଛି ।

{"id":223772,"sizeSlug":"large"}

ରାଜ୍ୟ ସରକାର ରାଜ୍ୟର ଏହି ବହୁସଂଖ୍ୟକ ସମାଜକୁ ସେମାନଙ୍କ ନ୍ୟାର୍ଯ୍ୟ ଅଧିକାର ଦେବା ପାଇଁ ତ୍ବରିତ ପଦକ୍ଷେପ ନେବା ଜରୁରୀ ବୋଲି କହିଛନ୍ତି ଧର୍ମେନ୍ଦ୍ର । ସେପଟେ ବିଜେଡି ମୁଖପାତ୍ର ପ୍ରତାପ ଦେବ କହିବା କଥା ଜାତିଭିତ୍ତିକ ଜନଗଣନା ତଥ୍ୟ ମିଳିଲେ ହିଁ ଓବିସି ବା ଅନ୍ୟ କୌଣସି ବର୍ଗଙ୍କ ପାଇଁ ଆରକ୍ଷଣ ବା ସ୍ବତନ୍ତ୍ର ସୁବିଧା ସୁଯୋଗ ଦେବା ସମ୍ଭବ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.