ଓଲଟିଲା ଗ୍ୟାସ୍ ବୋଝେଇ ଟ୍ୟାଙ୍କର, ରାସ୍ତାରେ ବୋହୁଛି ଗ୍ୟାସ୍
29/11/2022 at 1:02 PM

କୋରାପୁଟ ୨୯।୧୧ : ଓଲଟିଲା ଗ୍ୟାସ୍ ବୋଝେଇ ଟ୍ୟାଙ୍କର । ଯାହାଫଳରେ ଟ୍ୟାଙ୍କରରୁ ଗ୍ୟାସ୍ ଲିକ୍ ହୋଇଛି । କୋରାପୁଟ-ଆନ୍ଧ୍ର ସଂଯୋଗ କରୁଥିବା ଜାତୀୟ ରାଜପଥରେ ଘଟିଛି ଏହି ସଡ଼କ ଦୁର୍ଘଟଣା ।
ଖବର ଅନୁଯାୟୀ, ମଙ୍ଗଳବାର ଦିନ ସକାଳ ସମୟରେ ଏକ ଗ୍ୟାସ୍ ଟ୍ୟାଙ୍କର ଭାରସାମ୍ୟ ହରାଇ ପଟାଙ୍ଗି ବ୍ଳକ୍ ରାଲେଗଡ଼ା ନିକଟ ରାଜୁଗୁଡ଼ାରେ ଓଲଟି ପଡିଛି। ଯାହାଫଳରେ ଟ୍ୟାଙ୍କରରୁ ଗ୍ୟାସ୍ ଲିକ୍ ହେଉଛି । ତେଣୁ ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ବନ୍ଦ ରହିବ ଜାତୀୟ ରାଜପଥ ସୂଚନା ଦେଲେ ଅଗ୍ନିଶମ ବିଭାଗ। ଘଟଣାସ୍ଥଳରେ ପଟାଙ୍ଗି ଓ ସେମିଳିଗୁଡା ଅଗ୍ନିଶମ ବିଭାଗ ସହ ପୋଲିସ ଓ ତହସିଲଦାର ଉପସ୍ଥିତ ରହିଛନ୍ତି।
Related Posts
ଡାକ୍ତରଙ୍କ ଶତ ଚେଷ୍ଟା ବିଫଳ , ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପରଲୋକ
29 January 2023