ଗ୍ୟାସ୍ ଟାଙ୍କି ଲିକ୍ ହୋଇ ଜଳିଗଲା ଘର: ସ୍ବାମୀ-ସ୍ତ୍ରୀ ଏବଂ ସାନ ଭାଇ ଗୁରୁତର
30/11/2020 at 9:11 PM

ସୋର୩୦/୧୧: ଗ୍ୟାସ ଟାଙ୍କି ଲିକ୍ ହୋଇ ଜଳିଗଲା ଘର। ଏହି ଅଗ୍ନିକାଣ୍ଡରେ ସ୍ବାମୀ, ସ୍ତ୍ରୀ ଏବଂ ସାନ ଭାଇ ଗୁରୁତର ହୋଇଛନ୍ତି। ସୋର ଥାନା କୁଡେଇ ଅଟାସ ବନ୍ଧ ଠାରେ ଏଭଳି ଅଭାବନୀୟ ଘଟଣା ଘଟିଛି।
ଗୁରୁତର ହେଲେ ଉମାକାନ୍ତ ଦଳେଇ ଏବଂ ତାଙ୍କ ସ୍ତ୍ରୀ ସଂଯୁକ୍ତାଙ୍କ ସାନ ଭାଇ ପ୍ରହ୍ଲାଦ ଦଳେଇ ଗୁରୁତର ହୋଇଛନ୍ତି। ଏହି ଅଗ୍ନିକାଣ୍ଡରେ ଦୁଇ ଗୋରୁ ପୋଡି ହୋଇ ଆହତ ହୋଇଛନ୍ତି। ରୋଷେଇ କରୁଥିବା ବେଳେ ଏହି ଅଘଟଣ ଘଟିଥିଲା। ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ଜଳି ପାଉଁଶ ହୋଇଯାଇଛି।
Related Posts
ଟ୍ରକକୁ ପଛ ପଟୁ ପିଟିଲା ୧୦୮ ଆମ୍ବୁଲାନ୍ସ, ୩ ଆହତ
5 February 2023