vridhi excotica
star kirano
ori homes
vridhi excotica
star kirano
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସେୟାର ବଜାରରେ ଉତ୍ସାହ : ଆରମ୍ଭରୁ ସବୁଜ ରଙ୍ଗରେ ଖୋଲିଲା ସେନସେକ୍ସ ଓ ନିଫ୍ଟି
  • ||
  • ‘ଶିବସେନାକୁ ଶେଷ କରିବାକୁ ଚାହୁଁଚି ବିଜେପି’ : ଗୁରୁତର ଅଭିଯୋଗ ଆଣିଲେ ଉଦ୍ଧବ
  • ||
  • କାହିଁକି ମ୍ୟାଚରେ ପଛେଇଗଲା ଭାରତ ? କାରଣ କହିଲେ ବ୍ୟାଟିଂ କୋଚ୍
  • ||
  • ଭୂମିକମ୍ପରେ ଥରିଲା ଆଣ୍ଡାମାନ-ନିକୋବର, ରିକ୍ଟର ସ୍କେଲରେ ତୀବ୍ରତା ୫.୦
  • ||
  • ଲଘୁଚାପ ପ୍ରଭାବରେ ୪ ଦିନ ପ୍ରବଳ ବର୍ଷା, ଅଧିକ ଭିଜିବ ଏହି ସବୁ ଜିଲ୍ଲା
  • ||
  • ବୁମରାହଙ୍କ ପଡିଆ ଛାଡିବା ଟିମ୍‌କୁ ପଡିଲା ମହଙ୍ଗା, ଦୁଇଟି ରିଭ୍ୟୁ ବରବାଦ କଲେ ପନ୍ତ
  • ||

ଗ୍ରାହକଙ୍କୁ ବଡ ଝଟ୍‌କା : ବଢିଲା ଗ୍ୟାସ୍ ଦର, ଜାଣନ୍ତୁ କେତେ ହେଲା ଦାମ୍ ?

19/05/2022 at 8:27 AM

ନୂଆଦିଲ୍ଲୀ ୧୯/୦୫:  ଖାଉଟିଙ୍କୁ ଝଟ୍‌କା । ରୋଷେଇ ଘରେ ନିଆଁ । ଦେଶରେ ପୁଣି ବଢିଛି ଗ୍ୟାସ ସିଲିଣ୍ଡର ଦାମ୍ । ଉଭୟ ଘରୋଇ ଓ ସମର୍ସିଆଲ ବା ବାଣିଜ୍ୟିକ ଗ୍ୟାସ୍ ଦର ବୃଦ୍ଧି ପାଉଛି । ଯାହା ଖାଉଟିଙ୍କୁ ଏକ ବଡ ଝଟ୍‌କା ବୋଲି କୁହାଯାଉଛି ।

ରିପୋର୍ଟ ଅନୁସାରେ, ଗୁରୁବାର ଗ୍ୟାସ ଦର ବଢିଛି । ଘରୋଇ ଗ୍ୟାସ ଦର ୩ ଟଙ୍କା ୫୦ ପଇସା ବୃଦ୍ଧି ପାଇଛି । ସେହିପରି ବାଣିଜ୍ୟିକ ଗ୍ୟାସ ସିଲିଣ୍ଡର ଦାମ ୮ ଟଙ୍କା ବଢିଛି । ଫଳରେ ରୋଷେଇ ଗ୍ୟାସ୍ ସିଲିଣ୍ଡର ଦର ୧୦୦୦ ଟଙ୍କା ଟପିଛି ।

ତେତେ ହେବ ନୂଆ ଦାମ୍

ବର୍ଦ୍ଧିତ ଦରକୁ ବିଚାରକୁ ନେଲେ ଘରୋଇ ସିଲିଣ୍ଡର କିଣିବାକୁ ଏବେ ୧୦୦୩ ଟଙ୍କା ଗଣିବାକୁ ପଡିବ । ଦିଲ୍ଲୀରେ ଏବେ ଘରୋଇ ସିଲିଣ୍ଡର ଦାମ୍ ୧୦୦୩ ଟଙ୍କା ଛୁଇଁଛି । କୋଲକାତାରେ ଏହି ଦର ୧୦୨୯ରେ ପହଁଚିଯାଇଛି ।ଚେନ୍ନାଇରେ ସିଲିଣ୍ଡର ଦାମ୍ ୧୦୧୮ ଟଙ୍କା ହୋଇଯାଇଛି ।

କମର୍ସିଆଲ ସିଲିଣ୍ଡର ଦାମ୍ ବି ବଢିଛି

ନୂଆଦିଲ୍ଲୀରେ ବାଣିଜ୍ୟିକ ସିଲିଣ୍ଡର ଦାମ୍ ୨୩୫୪ ଟଙ୍କା ହୋଇଯାଇଛି । କୋଲକାତା, ମୁମ୍ବାଇ ଓ ଚେନ୍ନାଇରେ ଦର ଯଥାକ୍ରମେ ୨୪୫୪, ୨୩୦୬, ୨୫୦୭ ରହିଛି ।

ଏହାପୂର୍ବରୁ ମେ ୭ ତାରିଖରେ କମର୍ସିଆଲ ଏଲପିଜି ଦାମ୍ ୧୦ ଟଙ୍କା କମିଥିଲା । କିନ୍ତୁ ୮ ତାରିଖରେ ଘରୋଇ ଗ୍ୟାସ୍ ଦାମ୍ ୫୦ ଟଙ୍କା ବଢିଥିଲା । ସେହିପରି ମେ ୧ ତାରିଖରେ ମଧ୍ୟ ଏଲପିଜି ଦାମ୍ ୧୦୨ ଟଙ୍କା ବୃଦ୍ଧି କରାଯାଇଥିଲା । ୧୯ କେଜି ବିଶିଷ୍ଟ କମର୍ସିଆଲ ସିଲିଣ୍ଡର ଉପରେ ଏହି ଦାମ୍ ବୃଦ୍ଧି ହୋଇଥିଲା ।

   Related Posts