ମୁମ୍ବାଇ, ୦୬।୧୨: ମହାରାଷ୍ଟ୍ରର ମୁମ୍ବାଇ ଲାଲବାଗ ଅଞ୍ଚଳରେ ଏକ ଗ୍ୟାସ ସିଲିଣ଼୍ଡର ବିସ୍ଫୋରଣ ହୋଇଛି ।ଏଥିରେ ୨୦ଜଣ ଆହତ ହୋଇଥିବା ସୂଚନା ମିଳିଛି ।
ସୂଚନା ଅନୁସାରେ, ରବିବାର ସକାଳେ ଲାଲବାଗ୍ ଅଞ୍ଚଳରେ ଜଣଙ୍କ ଘରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା । ଏଥିରେ ୨୦ ଜଣ ଆହତ ହୋଇଛନ୍ତି । ବିସ୍ଫୋରଣ ପରେ ଘଟଣାସ୍ଥଳରେ ନିଆଁ ଲାଗିଯାଇଥିଲା । ଖବର ପାଇ ଘଟଣାସ୍ଥଳରେ ଦମକଳବାହିନୀ ପହଁଚି ନିଆଁଲିଭା କାର୍ଯ୍ୟ ଜାରି ରଖିଛନ୍ତି ।ଏହାସହ ଉଦ୍ଧାରକାର୍ଯ୍ୟ ମଧ୍ୟ ଜାରି ରହିଛି ।
ବୃହମୁମ୍ବାଇ ନଗର ନିଗମର ସୂଚନା ଅନୁସାରେ, ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ କିଙ୍ଗ୍ ଏଡଓ୍ୱାର୍ଡ ମେମୋରିଆଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହାମଧ୍ୟରେ ମୁମ୍ବାଇ ମେୟର କିଶୋରୀ ଫେଡନେକର ଲାଲବାଗ୍ ଅଞ୍ଚଳରେ ହୋଇଥିବା ବିସ୍ଫୋରଣ ସ୍ଥଳରେ ପହଁଚିଛନ୍ତି । ଏହାସହ କ୍ଷତିଗ୍ରସ୍ତଙ୍କୁ ମଧ୍ୟ ସାକ୍ଷାତ କରିଛନ୍ତି ।