scan steel
web-baneer-728x90
1 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପ୍ରମୁଖ ଖବର
  • ଉତ୍ତରକାଶୀ ଟନେଲରୁ ବଡ଼ ଖବର ।। ୧୭ ଦିନ ପରେ ଉଦ୍ଧାରରେ ମିଳିଲା ସଫଳତା ।। ସମସ୍ତ ୪୧ ଶ୍ରମିକ ଉଦ୍ଧାର ।। ସୁଡ଼ଙ୍ଗରେ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଶେଷ ।। ୧୭ ଦିନ ପରେ ସୁଡ଼ଙ୍ଗରୁ ସକୁଶଳ ଉଦ୍ଧାର ହେଲେ ୪୧ ଶ୍ରମିକ ।। ଉଦ୍ଧାର ସମସ୍ତ ୪୧ ଜଣ ଶ୍ରମିକଙ୍କୁ ସେମାନଙ୍କ ପରିବାର ସହ ପଠାଗଲା ହସ୍ପିଟାଲ
  • ||

ଗାତ ଖୋଳୁ ଖୋଳୁ ଫାଟିଲା ଗ୍ୟାସ୍ ପାଇପ୍ ଲାଇନ୍, ଲିକ୍ ହେଲା ଗ୍ୟାସ୍

29/07/2023 at 3:13 PM

ବାରଙ୍ଗ ୭: ୱାଟକୋ ଭାଙ୍ଗିଲା ଗେଲ୍ ଇଣ୍ଡିଆ ଗ୍ୟାସ୍ ପାଇପ୍ ଲାଇନ୍ । ପାଣି ପାଇପ୍ ପାଇଁ ଗାତ ଖୋଳୁ ଖୋଳୁ ଫାଟିଲା ଗ୍ୟାସ୍ ପାଇପ୍ । ଗ୍ୟାସ୍ ଲିକ୍ ପରେ ଏକ ଘଣ୍ଟା ଧରି ଭୟରେ ରହିଲେ ଅଞ୍ଚଳବାସୀ ।

ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ସୈନିକ ସ୍କୁଲ ମୁଖ୍ୟ ଫାଟକ ସମ୍ମୁଖରେ ୱାଟକୋ ପାଣି ପାଇପ୍ କାମ କରୁଥିବା ବେଳେ ବିସ୍ଫୋରଣ ହୋଇଛି । ଜେସିବି ଖୋଳିବା ସମୟରେ ମଝିରୁ ଫାଟିଥିଲା ଗେଲ୍ ଇଣ୍ଡିଆର ଗ୍ୟାସ୍ ପାଇପ୍ ଲାଇନ୍ । ଫଳରେ ଦୀର୍ଘ ୧ ଘଣ୍ଟା ଧରି ପାଇପ୍‌ରୁ ଗ୍ୟାସ୍ ଲିକ୍ ହୋଇ ଚାରିଆଡ଼େ ବ୍ୟାପିଥିଲା । ଏନେଇ ଗେଲ୍ ଇଣ୍ଡିଆ ଅଧିକାରୀମାନେ ଏମର୍ଜେନ୍ସୀ ରେସପନ୍ସ ଭେହିକିଲ ଡାକି ପାଇପ୍ ଲାଇନ୍ ମରାମତି କରିବା ସହ ସ୍ଥାନୀୟ ଲୋକେ ମୈତ୍ରୀବିହାର ପୋଲିସକୁ ଖବର ଦେଇଥିଲେ । ଘଟଣାରେ କୌଣସି କ୍ଷୟକ୍ଷତି ହୋଇନଥିବା ବେଳେ ୱାଟକୋର ଅବହେଳା ଯୋଗୁଁ ଏପରି ଘଟଣା ଘଟିଥିବା କିଛି ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି । ଯାହାର ତଦନ୍ତ କରୁଛି ପୋଲିସ ।

You Can Read :

   Related Posts