କରାଚି ୧୭।୦୨: ପରିବା ବଜାରରେ ଅଘଟଣ । ପରିବା ବୋଝେଇ କଣ୍ଟେନରରୁ ଗ୍ୟାସ୍ ନିର୍ଗତ ହୋଇ ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ଜଣ ଆହତ ଅଛନ୍ତି । ସମସ୍ତ ଆହତଙ୍କୁ ମେଡିକାଲରେ ଭର୍ତ୍ତ କରାଯାଇଛି । ମେଡିକାଲରେ ଭର୍ତ୍ତି ହୋଇଥିବା ଆହତମାନଙ୍କୁ ନିଶ୍ବାସ ନେବାରେ ଅସୁବିଧା ହେଉଛି ବୋଲି ସୂଚନା ରହିଛି । ପାକିସ୍ତାନର କରାଚି ନିକଟରେ ଥିବା ଏକ ବଜାରରେ ଏପରି ଘଟଣା ଘଟିଛି ।
{"id":225350,"width":583,"height":379,"sizeSlug":"large"}ସୂଚନାଯୋଗ୍ୟ ଯେ, ରବିବାର ଦିନ ଏକ ମାଲବାହୀ ଜାହାଜ କେମୋରୀ ବନ୍ଦରରେ ଲାଗିଥିଲା । ତେବେ ନିକଟରେ ଥିବା ଜ୍ୟାକସାନ ମାର୍କେଟରେ ଲୋକମାନ କଣ୍ଟେନର ଖେଳିଥିଲେ । ତେବେ କଣ୍ଟେନର ଖୋଲିବା ମାତ୍ର , ସେଥିରୁ କିଛି ଧୂଆଁ ବାହାରିଥିଲା । ଯାହାଦ୍ବାରା ଲୋକମାନଙ୍କୁ ନିଶ୍ବାସ ଓ ପ୍ରଶ୍ବାସରେ ଅସୁବିଧା ହେବାକୁ ପଡିଥିଲା । ତେବେ ସମସ୍ତ ଆକ୍ରାନ୍ତ ବ୍ୟକ୍ତିଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମେଡିକାଲରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ଜଣରୁ ଅଧିକ ବ୍ୟକ୍ତିଙ୍କ ଚିକିତ୍ସା ଜାରି ରହିଛି । ମୃତକଙ୍କ ମଧ୍ୟରେ ଦୁଇ ଜଣ ମହିଳା ଅଛନ୍ତି ।
ବନ୍ଦର ଅଧିକାରୀମାନେ ପାକିସ୍ତାନୀ ନୌସେନାକୁ ଘଟଣାସମ୍ପର୍କରେ ଜଣାଇଥିଲେ । ପାକିସ୍ତାନୀ ନୌସେନା ମାଲବାହି ଜାହାଜ ସଂପର୍କରେ ଛାନ୍ଭିନ୍ ଆରମ୍ଭ କରିଛି । ତେବେ ପ୍ରାଥମିକ ତଦନ୍ତରୁ ଏହା ନ୍ୟୁକଲିୟର ଗ୍ୟାସ୍ ବୋଲି ସୂଚନା ରହିଛି । ଯାହା ଲିକ୍ ହୋଇ ଏପରି ଅଘଟଣ ଘଟିଛି ।