ଫିଜିକ୍ସ ଲ୍ୟାବ୍ରେ ଗ୍ୟାସ୍ ଲିକ୍ , ଏକାଧିକ ଛାତ୍ରୀ ଅସୁସ୍ଥ
11/02/2020 at 1:26 PM

ବାରିପଦା ୧୧।୦୨: ପଦାର୍ଥ ବିଜ୍ଞାନ ଲାବ୍ରୋଟେରୀରେ ଅଘଟଣ । ଛାତ୍ରୀମାନେ ଲାବ୍ରୋଟେରୀରେ ପାଠ ପଢିଥିବା ସମୟରେ ହଠାତ କୌଣସି ଏକ ରାସାୟନିକ ଗ୍ୟାସ୍ ନିର୍ଗତ ହୋଇ ପୂରା କୋଠରୀ ଯାକ ବ୍ୟାପିଯାଇଥିଲା । କୋଠରୀରେ ଗ୍ୟାସ ବ୍ୟାପିବା ଯୋଗୁଁ ପାଠ ପଢୁଥିବା ଛାତ୍ରୀମାନେ ଅସୁସ୍ଥ ହୋଇପଡିଥିଲେ । ଅସୁସ୍ଥଙ୍କ ମଧ୍ୟରୁ ୪ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ବାରିପଦା ପିଆର୍ଏମ୍ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ଭର୍ତ୍ତି କରାଯାଇଛି ।
ସୂଚନାଯୋଗ୍ୟ ଯେ,ସୋମବାର ଦିନ ବାରିପଦା ଶ୍ରୀମ ମହିଳା ମହାବିଦ୍ୟାଳୟରେ ପଦାର୍ଥ ବିଜ୍ଞାନ ଲାବ୍ରୋଟାରୀ ଭିତରେ ଥିବା ଛାତ୍ରୀମାନେ ହଠାତ୍ ଅଣନିଶ୍ବାସୀ ହୋଇଗଲେ । ଆହତ ଛାତ୍ରୀଙ୍କ ମଧ୍ୟରୁ ୪ଜଣଙ୍କ ସ୍ବାସ୍ଥବସ୍ଥା ଗୁରୁତର ଥିବାରୁ ତାଙ୍କୁ ପିଆର୍ଏମ୍ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରାସାୟନିକ ଗ୍ୟାସ୍ ନିର୍ଗତ ହୋଇ ଛାତ୍ରୀମାନ ଅସୁସ୍ଥ ହୋଇପଡିଥିବା ଜଣାପଡିଛି ।
ଛାତ୍ରୀମାନେ ଅଭିଯୋଗ କ୍ରମେ, ମହାବିଦ୍ୟାଳୟରେ ଜଣେ ଅଧ୍ୟାପକ ଅସାବଧନତା ଯୋଗୁଁ ଗ୍ୟାସ୍ ସିଲିଣ୍ଡରରୁ ଏହି ରାସାୟନିକ ପଦାର୍ଯ ସ୍ପ୍ରେ ହୋଇଯାଇଥିଲା । ଗ୍ୟାସ୍ ପ୍ରଭାବରେ ଛାତ୍ରୀମାନ ଅସୁସ୍ଥ ହୋଇପଡିଥିଲେ । ଅନ୍ୟପକ୍ଷରେ କଲେଜ କର୍ତ୍ତୃପକ୍ଷଙ୍କ ଅସାବଧନତା ଓ ଦାୟିତ୍ବନୀହତାରୁ ଏଭଳି ଦୁର୍ଘଟଣା ଘଟିଥିବାର ଅଭିଭାବମାନେ ଅଭିଯୋଗ କରିଛନ୍ତି । ତେବେ ଅସୁସ୍ଥ ହୋଇଥିବା ଛାତ୍ରୀମାନଙ୍କ ସ୍ବାସ୍ଥ୍ୟବସ୍ଥା ଠିକ୍ ଅଛି । ଘଟଣାର ତଦନ୍ତ ଚାଲିଛି, ରିପୋର୍ଟ ଆସିବା ପରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି କଲେଜ ଅଧ୍ୟକ୍ଷ ସୂଚନା ଦେଇଛନ୍ତି ।