oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୪୬ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ଭିଜିବ ପାର୍ବଣ, ନବମୀ ଓ ଦଶମୀରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ସାନଖେମୁଣ୍ଡି: ପାଟପୁର ଥାନାରେ ୧୩୨୫ କିଲୋର ଜବତ ଗଞ୍ଜେଇ ପୋଡିଲା ପୋଲିସ
  • ||
  • UNSCରେ ରୁଷ୍‌ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିଥିଲା ଆମେରିକା, ଭୋଟିଂରୁ ବିରତ ରହିଲା ଭାରତ
  • ||
  • ସାରା ଦେଶରେ ଆରମ୍ଭ ହେଲା 5G ଯୁଗ, ୧୩ ସହରରେ ମିଳିବ ସେବା
  • ||

ରୋଷେଇ ଲାଗି ଗ୍ୟାସ ବ୍ୟବହାର କରୁଥିଲେ ଜାଣି ରଖନ୍ତୁ, ଯଦି ଲାଲ ସିଲିଣ୍ଡର ବ୍ୟବହାର କରୁଛନ୍ତି ଖବର ପୁରା ପଢନ୍ତୁ

10/10/2019 at 9:38 PM

ପରିବେଶକୁ ପ୍ରଦୂଷଣ ମୁକ୍ତ ରଖିବା ଲାଗି ସରକାର ରୋଷେଇ ନିମନ୍ତେ କାଠ, କୋଇଲା ଅଥବା କିରୋସିନ ବଦଳେ ଏବେ ଗ୍ୟାସ ବ୍ୟବହାର ଉପରେ ଗୁରୁତ୍ୱ ଦେଉଛନ୍ତି। ଯେଉଁ ଲୋକେ ଗ୍ୟାସ୍ କନେକ୍ସନ ନେବାକୁ ସମର୍ଥ ନୁହଁନ୍ତି ସେମାନଙ୍କୁ ସରକାର ନିଜ ତରଫରୁ ନିଶୁଳ୍କରେ ଗ୍ୟାସ କନେକ୍ସନ ବି ଦେଉଛନ୍ତି। ତେବେ ରୋଷେଇ ଲାଗି ଯେଉଁମାନେ ନାଲି ସିଲିଣ୍ଡର ସବୁ ବ୍ୟବହାର କରୁଛନ୍ତି ସେମାନେ ଖବରକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ।

ସରକାର ନାଲି ଗ୍ୟାସ୍ ସିଲିଣ୍ଡର ଅର୍ଥାତ ଏଲପିଜି ମୂଲ୍ୟ ବୃଦ୍ଧି କରିଛନ୍ତି। ପ୍ରତି ସିଲିଣ୍ଡର ମୂଲ୍ୟାରେ ୧୫ ଟଙ୍କା ପର୍ଯ୍ୟନ୍ତ ବଢିଛି। ତେବେ ଯେଉଁମାନେ ସବସିଡି ଯୁକ୍ତ ସିଲିଣ୍ଡର ଉପଲବ୍ଧ କରୁଛନ୍ତି ସେମାନଙ୍କୁ ଏହି ଦରବୃଦ୍ଧି ଏତେଟା ଲାଗିବ ନାହିଁ। ହେଲେ ଯେଉଁମାନଙ୍କର ସବସିଡି ନାହିଁ ସେମାନଙ୍କ ଲାଗି ସିଲିଣ୍ଡର ମୂଲ୍ୟ ବୃଦ୍ଧି ଚିନ୍ତାଜନକ ହୋଇପାରେ। ଏଲପିଜି ମୂଲ୍ୟ ବୃଦ୍ଧି ଯୋଗୁ ସିଲିଣ୍ଡର ପିଛା ଦର ବୃଦ୍ଧି ହୋଇଛି। ଭାରତରେ ଏଲପିଜିର ଆବଶ୍ୟକତା ଅନୁସାରେ ଉତ୍ପାଦନ ନାହିଁ। ଏଥିଲାଗି ସରକାର ବିଦେଶରୁ ଗ୍ୟାସ ଆମଦାନୀ କରିଥାନ୍ତି। ଏଣୁ ଗ୍ୟାସ ଦରବୃଦ୍ଧି ହେଲେ ଏହାର ପ୍ରଭାବ ଖାଉଟିଙ୍କ ଉପରେ ପଡିଥାଏ।

ଏବେ ଏଲପିଜି ସିଲିଣ୍ଡର ପିଛା ମୂଲ୍ୟ ୬୩୦ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିବ। ଏମିତିରେ ପ୍ରତିମାସରେ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ପରିବର୍ତ୍ତନ ହୋଇଥାଏ। ଅନ୍ତର୍ଜାତୀୟ ବଜାର ମୂଲ୍ୟ ସହ ମୁଦ୍ରାର ବିନିମୟ ମୂଲ୍ୟ ଅନୁସାରେ ଏହି ଦର ତୈଳ କମ୍ପାନୀମାନେ ସ୍ଥିର କରିଥାନ୍ତି। ଏଣୁ ଗ୍ୟାସର ମୂଲ୍ୟ ବୃଦ୍ଧି ହୋଇଥିବାରୁ ଏହାର ପ୍ରଭାବ ଖାଉଟିଙ୍କ ଉପରେ ପଡିବ।

   Related Posts