ଡିସେମ୍ବର ମାସରେ ମହଙ୍ଗା ହେଲା ରୋଷେଇ ଗ୍ୟାସ୍ : ଉପଭୋକ୍ତାଙ୍କ ଉପରେ ପଡ଼ିବ ପ୍ରଭାବ
Published By : Prameya-News7 Bureau | December 01, 2020 IST
![](https://api-news7.prameyanews7.com/prameya/document/media/2/2020/12/28_04_2020-lpg_cylinders.jpg)
wp:heading {"level":4}
ନୂଆଦିଲ୍ଲୀ ୧/୧୨: ଅୟେଲ୍ ମାର୍କେଟିଂ କମ୍ପାନୀ ଡିସେମ୍ବର ମାସରେ ଗ୍ୟାସର ମୂଲ୍ୟ ଜାରି କରି ଦେଇଛି। ଅଗଷ୍ଟ-ସେପ୍ଟେମ୍ବର ଲଗାତାର ତୃତୀୟ ମାସ ରୋଷେଇ ଗ୍ୟାସ୍ ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ କରାଯାଇନାହିଁ କିନ୍ତୁ ଅକ୍ଟୋବର ଏବଂ ନଭେମ୍ବର ମାସରେ କମର୍ସିଆଲ୍ ସିଲିଣ୍ଡର ମହଙ୍ଗା ହୋଇଥିଲା। ଡିସେମ୍ବର ମାସରେ ତେଲ କମ୍ପାନୀ ବିନା ସବସିଡିଯୁକ୍ତ ଗ୍ୟାସ୍ ୧୪.୨କିଲୋଗ୍ରାମ୍ ସିଲିଣ୍ଡରର ମୂଲ୍ୟ ୫୯୪ଟଙ୍କା ଧାର୍ଯ୍ୟ ରଖିଛି। ଅନ୍ୟ ସହରରେ ମଧ୍ୟ ଘରୋଇ ରୋଷେଇ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ କରାଯାଇନାହିଁ। କମର୍ସିଆଲ୍ ସିଲିଣ୍ଡରର ଦାମ୍ରେ ୫୬ଟଙ୍କା ବୃଦ୍ଧି କରାଯାଇଛି।
/wp:heading
wp:heading {"level":4}
- ଦିଲ୍ଲୀରେ ୧୯କିଲୋ ଏଲପିଜି ରୋଷେଇ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ୧୨୪୧ଟଙ୍କାରୁ ବଢ଼ି ୧୨୯୬ଟଙ୍କା ହୋଇ ଯାଇଛି। ୧୯କିଲୋଗ୍ରାମ୍ ରୋଷେଇ ଗ୍ୟାସ୍ ସିଲିଣ୍ଡର ୫୫ଟଙ୍କା ମହଙ୍ଗା ହୋଇଯାଇଛି। ୧୪.୨କିଲୋଗ୍ରାମ୍ ସିଲିଣ୍ଡରର ମୂଲ୍ୟ ୫୪୪ଟଙ୍କା।
/wp:heading
wp:heading {"level":4}
- କୋଲକାତାରେ ୧୯କିଲୋ ଏଲପିଜି ରୋଷେଇ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ୧୨୯୬ଟଙ୍କାରୁ ବୃଦ୍ଧି ପାଇ ୧୩୫୧.୫୦ ହୋଇଯାଇଛି। ଏଠାରେ ୫୫ଟଙ୍କା ସିଲିଣ୍ଡରର ମୂଲ୍ୟ ବୃଦ୍ଧି ପାଇଛି। ଏଠାରେ ଘରୋଇ ଗ୍ୟାସର ମୂଲ୍ୟ ୬୨୦.୫୦ ଟଙ୍କା ହୋଇଛି।
/wp:heading
wp:heading {"level":4}
- ମୁମ୍ବାଇରେ ୧୯କିଲୋ ଏଲପିଜି ରୋଷେଇ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ୧,୧୮୯.୫୦ରୁ ବଢ଼ି ୧୨୪୪ଟଙ୍କା ହୋଇଯାଇଛି। ଏଠାରେ ପ୍ରତି ସିଲିଣ୍ଡରକୁ ୫୫ଟଙ୍କା ବୃଦ୍ଧି ପାଇଛି। ୧୪.୨କିଲୋଗ୍ରାମ୍ ରୋଷେଇ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ୫୯୪ଟଙ୍କା।
/wp:heading
wp:heading {"level":4}
-ଚେନ୍ନାଇରେ ୧୯କିଲୋ ଏଲପିଜି ରୋଷେଇ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ୧୩୫୪.୫୦ରୁ ବୃଦ୍ଧି ପାଇ ୧୪୧୦.୫୦ଟଙ୍କା ହୋଇଯାଇଛି। ଏଠାରେ ପ୍ରତି ସିଲିଣ୍ଡରକୁ ୫୬ଟଙ୍କା ବୃଦ୍ଧି ପାଇଛି। ଏଠାରେ ୧୪.୨କିଲୋଗ୍ରାମ୍ ରୋଷେଇ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ୬୧୦ଟଙ୍କା।
/wp:heading