oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉତ୍ତରପ୍ରଦେଶ: ଦୁର୍ଗାପୂଜା ପେଣ୍ଡାଲରେ ଲାଗିଲା ନିଆଁ, ୩ ମୃତ ଓ ଅନେକ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୭ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ମଣ୍ଡପରେ ପୂଜା ପାଉଛନ୍ତି ଦୁର୍ଗତିନାଶିନୀ, ପୀଠରେ ମହାନବମୀ ପୂଜା
  • ||
  • ଭୁବନେଶ୍ୱର : ସୋମବାରଠୁ ପ୍ରବଳ ବର୍ଷା, ୮ ପରେ ପୁଣି ଏକ ଘୂର୍ଣ୍ଣିବଳୟ
  • ||
  • ବରଗଡ଼ : ପଦ୍ମପୁର ବିଧାୟକଙ୍କ ପରଲୋକ, ୬୪ ବର୍ଷରେ ଆଖିବୁଜିଲେ ବିଜୟ ରଞ୍ଜନ ସିଂ ବରିହା
  • ||

ରୋଷେଇ ଘରେ ମହଙ୍ଗା ମାଡ଼, ବଜେଟ୍‌ ପରେ ବଢିଲା ରନ୍ଧନ ଗ୍ୟାସ୍‌ ଦାମ୍‌

4/02/2021 at 11:56 AM

ନୂଆଦିଲ୍ଲୀ ୦୪।୦୨: ଗ୍ୟାସ ଉପଭୋକ୍ତାଙ୍କ ଖରାପ ଖବର । ତୈଳ କମ୍ପାନୀମାନେ ବଜେଟ ପରେ ଗ୍ୟାସ୍‌ ଦାମ୍‌ରେ ବୃଦ୍ଧି କରିଛନ୍ତି । ଦେଶର ସବୁଠାରୁ ବଡ଼ ତୈଳ କମ୍ପାନୀ ଇଣ୍ଡିଆନ୍‌ ଅଏଲ କର୍ପୋରେସନ ଲିମିଟେଡ୍‌ ଏଲ୍‌ପିଜି ବିତରଣ କମ୍ପାନୀ ଏହି ଦାମ୍‌ ବୃଦ୍ଧି କରିଛି । ଇଣ୍ଡେନ୍‌ ଗ୍ୟାସ୍‌ ଫେବୃଆରୀ ୪ତାରିଖରୁ ବର୍ଦ୍ଧିତ ଦର ଲାଗୁ ହୋଇଛି । ଇଣ୍ଡେନ୍‌ ଓ୍ୱେବସାଇଟ୍‌ ଅନୁସାରେ ସବ୍‌ସିଡ଼ି ଗ୍ୟାସ୍‌ ସିଲିଣ୍ଡରର ଦାମ୍‌ ଦିଲ୍ଲୀରେ ୨୫ଟଙ୍କା ବଢିଛି । କିନ୍ତୁ ବାଣିଜିକ୍ୟ ଗ୍ୟାସ୍‌ ସିଲିଣ୍ଡର ଦାମ୍‌ରେ ୬ଟଙ୍କା ବୃଦ୍ଧି ପାଇଛି ।

ତେବେ ଗ୍ୟାସ୍‌ ସିଲିଣ୍ଡର ଦର ବୃଦ୍ଧି ପରେ ଏବେ ଦିଲ୍ଲୀ ସିଲିଣ୍ଡର ଦାମ୍ ୭୧୯ଟଙ୍କା ହୋଇଛି । ଏହି ସିଲିଣ୍ଡରର ଦାମ୍‌ ଜାନୁଆରୀ ମାସରେ ୬୯୪ଟଙ୍କା ଥିଲା , କିନ୍ତୁ ଏବେ ଏହାର ଦାମ୍‌ ବଢିଛି । ପ୍ରାୟତଃ ଗ୍ୟାସ୍‌ କମ୍ପାନୀମାନେ ମାସର ପ୍ରଥମ ତାରିଖରେ ଗ୍ୟାସ୍‌ ସିଲିଣ୍ଡର ଦାମ ବୃଦ୍ଧି କି ହ୍ରାସ କରାଯାଇଥାଏ । କିନ୍ତୁ ଏବେ କିଛି ଦିନ ତଳେ ସଂସଦରେ ସାଧାରଣ ବଜେଟ୍‌ ଉପସ୍ଥାପିତ ହୋଇଥିବାରେ ଗ୍ୟାସ୍‌ ସିଲିଣ୍ଡର ଦରରେ ପରିବର୍ତ୍ତନ କରାଯାଇଛି ।

ସେହିପରି ନୂଆବର୍ଷ ମାନେ ୨୦୨୧ରେ ତୈଳ କମ୍ପାନୀମାନେ ଗ୍ରାହକମାନଙ୍କ ପାଇଁ ଆଶ୍ୱସ୍ତିକର ଖବର ଦେଇଥିଲା । ଗ୍ୟାସ୍‌ ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ କରାଯାଇନଥିଲା । କେବଳ ବାଣିଜିକ୍ୟ ସିଲିଣ୍ଡର ଦାମ୍‌ ୧୯କିଲୋଗ୍ରାମ ପ୍ରତି  ୧୭ଟଙ୍କା ବୃଦ୍ଧି କରିଥିଲେ ।

ତେବେ ଇଣ୍ଡିଆନ୍‌ ଅଏଲ ଓ୍ୱେବସାଇଟ୍‌  ମୁତାବିକ, ୨୦୨୧ ଫେବୃଆରୀ ୪ ସୁଦ୍ଧାରେ ଦିଲ୍ଲୀରେ ୧୪.୨ କିଲୋଗ୍ରାମର ବିନା ସବ୍‌ସିଡ଼ି ଏଲପିଜି ଗ୍ୟାସ୍‌ ସିଲିଣ୍ଡରର ଦାମ୍‌ ୭୧୯ ହୋଇଥିବା ବେଳେ ମୁମ୍ବାଇରେ ୭୧୯ ଟଙ୍କା, ଚେନ୍ନାଇରେ ୭୩୫ଟଙ୍କା, କୋଲକାତାରେ ୭୪୫.୫୦ଟଙ୍କା ରହିଛି ।

ସେହିପରି ଓ୍ୱେବସାଇଟ୍‌ ମୁତାବିକ୍‌, ୧୯ କିଲୋଗ୍ରାମ ବାଣିଜିକ୍ୟ ଏଲ୍‌ପିଜି ସିଲିଣ୍ଡରର ଦାମ୍‌ ୪ ଫେବୃଆରୀ ୨୦୨୧ରେ , ଦିଲ୍ଲୀରେ ୧୫୩୩, କୋଲକାତାରେ ୧୫୯୮ଟଙ୍କା, ମୁମ୍ବାଇରେ ୧୪୮୨.୫୦ଟଙ୍କା,  ଚେନ୍ନାଇରେ ୧୬୪୯.୦୦ଟଙ୍କା ରହିଛି ।  

   Related Posts