previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟନା : ନୀତୀଶ କୁମାରଙ୍କ ଅଷ୍ଟମ ପାଳି, ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ
  • ||
  • ରାଜ୍ୟରେ କମିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୫୩ କୋଭିଡ୍ ପଜିଟିଭ୍
  • ||
  • ବ୍ରହ୍ମପୁର: ଗଞ୍ଜେଇ ଚାଲାଣ ବେଳେ ଧରାପଡିଲା ସୁନା ତସ୍କରୀ, ୨୦ ସୁନା ବିସ୍କୁଟ ଜବତ
  • ||
  • ସୋର : ଭାରସାମ୍ୟ ହରାଇ ଓଲଟିଲା ତୀର୍ଥଯାତ୍ରୀ ବସ୍, ୩୦ରୁ ଅଧିକ ଆହତ
  • ||

ଶସ୍ତା ହେଲା ରୋଷେଇ ଗ୍ୟାସ ସିଲିଣ୍ଡର, ଜାଣନ୍ତୁ କେଉଁମାନଙ୍କୁ ମିଳିବ ଫାଇଦା

1/09/2020 at 3:47 PM

ନୂଆଦିଲ୍ଲୀ ୦୧/୦୯ : ତୈଳ ଵାଣିଜ୍ୟକ କମ୍ପାନୀ ସେପ୍ଟେମ୍ବର ମାସ ପାଇଁ ଗ୍ୟାସ ସିଲିଣ୍ଡର ଦାମ ଜାରି କରିଛନ୍ତି | ଚଳିତ ମାସରେ ତୈଳ କମ୍ପାନୀ (HPCL, BPCL, IOC) ବିନା ସବସିଡି ଗ୍ୟାସ ସିଲିଣ୍ଡର ଦାମ ପରିବର୍ତ୍ତନ କରିନାହାନ୍ତି | ଅଗଷ୍ଟ ମାସ ଭଳି ବିନା ସବସିଡି ସିଲିଣ୍ଡର ଦାମ ୫୯୪ ଟଙ୍କାରେ ସ୍ଥିର ରହିଛି | ଅନ୍ୟ ସହରରେ ମଧ୍ୟ ସିଲିଣ୍ଡର ଦାମରେ କୌଣସି ପରିବର୍ତ୍ତନ କରାଯାଇନାହିଁ | ତେବେ କମର୍ସିୟାଲ ସିଲିଣ୍ଡର ଦାମ ୨ ଟଙ୍କା ହ୍ରାସ କରାଯାଇଛି | 

ଅଗଷ୍ଟ ଭଳି ସେପ୍ଟେମ୍ବର ମାସରେ ମଧ୍ୟ କୌଣସି ପରିବର୍ତ୍ତନ କରାଯାଇନାହିଁ | ଦେଶର ରାଜଧାନୀ ଦିଲ୍ଲୀରେ ବିନା ସବସିଡି ସିଲିଣ୍ଡର ଦାମ ୫୯୪ ଟଙ୍କାରେ ସ୍ଥିର ରହିଛି | ଅନ୍ୟ ସହରମାନଙ୍କରେ ମଧ୍ୟ ଘରୋଇ ଗ୍ୟାସ ସିଲିଣ୍ଡର ଦାମରେ କୌଣସି ପରିବର୍ତ୍ତନ ହୋଇନାହିଁ | ମୁମ୍ବାଇରେ ବିନା ସବସିଡି ସିଲିଣ୍ଡରର ଦାମ ୫୯୪ ଟଙ୍କା ରହିଛି | ଚେନ୍ନାଇରେ ବିନା ସବସିଡି ସିଲିଣ୍ଡର ଦାମ ୬୧୦ ଟଙ୍କା ଓ କୋଲକାତାରେ ୬୨୦.୫୦ ଟଙ୍କା ରଖାଯାଇଛି |  

ଜୁଲାଇ ପରେ ରସୋଈ ଗ୍ୟାସ ସିଲିଣ୍ଡର ଦାମ ବୃଦ୍ଧି ପାଇନାହିଁ | ଜୁଲାଇରେ ୧୪ କିଲୋଗ୍ରାମ ସିଲିଣ୍ଡରର ଦାମ ୪ ଟଙ୍କା ବୃଦ୍ଧି କରାଯାଇଛି | ୧୯ କିଲୋ ସିଲିଣ୍ଡର ଦାମ ହ୍ରାସ ପାଇଛି | ଇଣ୍ଡିଆନ ଅଏଲ କର୍ପୋରେସନ (Indian oil Corporation – IOC) ୱେବସାଇଟ ଅନୁଯାୟୀ, ଦିଲ୍ଲୀରେ ୧୯ କିଲୋ ସିଲିଣ୍ଡର ଦାମ ୨ ଟଙ୍କା ହ୍ରାସ ପାଇଛି | ନୂଆ ଦାମ ୧୧୩୩.୫୦ ଟଙ୍କା ରହିଛି | ମୁମ୍ବାଇରେ ୨ ଟଙ୍କା ହ୍ରାସ ପାଇ ୧୧୯୬.୫୦ ଟଙ୍କା ହୋଇଛି |

   Related Posts