ଅକ୍ଟୋବର ୧ ତାରିଖରୁ ପୁଣି ବଢ଼ିଲା ଗ୍ୟାସ ସିଲିଣ୍ଡର ଦାମ, ଜାଣନ୍ତୁ କେଉଁ ରାଜ୍ୟରେ କେତେ ରହିଛି ଦର

Published By : Prameya-News7 Bureau | October 01, 2019 IST

ନୂଆଦିଲ୍ଲୀ୧|୧୦: ପୁଣି ମହଙ୍ଗା ହେଲା ଗ୍ୟାସ ସିଲିଣ୍ଡର। ଲଗାତାର ଭାବେ ୨ ମାସ ହେଲା ରୋଷେଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି ପାଉଛି। ଇଣ୍ଡିଆନ ଅଏଲ କର୍ପୋରେସନର ଓ୍ବେବସାଇଟ୍ର ସୂଚନା ଅନୁସାରେ ଦିଲ୍ଲୀରେ ୧୪.୨ କିଲୋ ନନ୍ ସବସିଡି ଗ୍ୟାସ ସିଲିଣ୍ଡରର ଦାମ ୧୫ ଟଙ୍କା ବୃଦ୍ଧି ହୋଇ ୬୦୫ ଟଙ୍କାରେ ପହଞ୍ଚିଛି। ଅକ୍ଟୋବର ୧ ତାରିଖରୁ ଗ୍ୟାସ ସିଲିଣ୍ଡର ପିଛା ୧୫ ଟଙ୍କା ବୃଦ୍ଧି ହୋଇଛି।

{"id":165039}

ଆଇଓସିଏଲ(Iocl) ଓ୍ବେବସାଇଟ୍‌ ଅନୁସାରେ କୋଲକୋତାରେ ୧୪.୨ କିଲୋ ନନ୍ ସବସିଡି ଗ୍ୟାସ ସିଲିଣ୍ଡରର ଦାମ ୬୩୦ ଟଙ୍କା, ମୁମ୍ବାଇରେ ୫୭୪.୫୦ ଟଙ୍କା ଓ ଚେନ୍ନାଇରେ ୬୨୦ ଟଙ୍କାରେ ପହଞ୍ଚିଛି ।  ଏଲପିଜି ଗ୍ୟାସ ସିଲିଣ୍ଡର ଦାମ ମୁମ୍ବାଇରେ ୧୨.୫୦ ଓ ଚେନ୍ନାଇରେ ୧୩.୫୦ ଟଙ୍କା ବୃଦ୍ଧି ହୋଇଛି।

ଗତ ସେପ୍ଟେମ୍ବର ମାସରେ ମାସରେ ମଧ୍ୟ ଗ୍ୟାସ ସିଲିଣ୍ଡର ପିଛା ୧୫.୫୦ ବୃଦ୍ଧି ହୋଇଥିଲା। ସେହିପରି ଚଳିତ ମାସ ୧ ତାରିଖରୁ ମଧ୍ୟ ଗ୍ୟାସ ସିଲିଣ୍ଡର ମୂଲ୍ୟ ବୃଦ୍ଧି ହୋଇଛି। ଲଗାତର ଭାବେ ଦୁଇମାସର ଏକ ତାରିଖରୁ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି ହେଉଛି। ଗୋଟେ ପଟେ ଗ୍ୟାସ ସଲିଣ୍ଡରର ମୂଲ୍ୟ ବୃଦ୍ଧି ହେଉଥିବା ବେଳେ ଅନ୍ୟପଟେ ଘରୋଇ ପ୍ରାକୃତିକ ଗ୍ୟାସର ମୂଲ୍ୟର ହ୍ରାସ ପାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.