ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ORHDC ଦୁର୍ନୀତି ମାମଲା, IAS ବିନୋଦ କୁମାରଙ୍କ ସହ ୬ ଜଣଙ୍କୁ ଜେଲ୍‌ଦଣ୍ଡ ଶୁଣାଇଲେ ସ୍ପେଶାଲ୍‌ ଜଜ୍‌
  • ||
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ଖାଉଟିଙ୍କୁ ଆଶ୍ୱସ୍ତି : ୧୦୦ ଟଙ୍କା ଯାଏଁ ଶସ୍ତା ହେଲା ଗ୍ୟାସ୍ ସିଲିଣ୍ଡର

1/09/2022 at 8:02 AM

ନୂଆଦିଲ୍ଲୀ, ୦୧/୦୯:  ଦେଶରେ ମହଙ୍ଗା ମାଡର ସାମ୍ନା କରୁଥିବା ଜନତାଙ୍କ ପାଇଁ ଆଶ୍ୱସ୍ତିକର ଖବର । ସେପ୍ଟେମ୍ବର ୧ରୁ ଗ୍ୟାସ୍ ସିଲିଣ୍ଡରର ଦାମ୍ ହ୍ରାସ ପାଇଛି । ଏଲପିଜି ସିଲିଣ୍ଡରର ଦାମ୍ ୧୦୦ ଟଙ୍କା ଯାଏଁ କମିଛି । ତେବେ କେବେଳ ବାଣିଜ୍ୟିକ ସିଲିଣ୍ଡରର ଦାମ୍ ହ୍ରାସ ହୋଇଛି । କିନ୍ତୁ ୧୪.୨ କେଜିର ଘରୋଇ ସିଲିଣ୍ଡର ପୂର୍ବ ଦାମରେ ମିଳିବ ।

ସେପ୍ଟେମ୍ବର ୧ରୁ ଦିଲ୍ଲୀରେ ଇଣ୍ଡେନ୍ ଗ୍ୟାସର ୧୯ କେଜି ବିଶିଷ୍ଟ ସିଲିଣ୍ଡରର ଦାମ୍ ୯୧.୫୦ ଟଙ୍କା ଶସ୍ତା ହୋଇଛି । ସେହିପରି କୋଲକାତାରେ ୧୦୦ ଟଙ୍କା, ମୁମ୍ବାଇରେ ୯୨.୫୦, ଚେନ୍ନାଇରେ ୯୬ ଟଙ୍କା ଶସ୍ତା ହୋଇଛି । ଏହି ଲାଭ ଦେଶର ପ୍ରାୟ ସବୁଠି ଗ୍ରାହକଙ୍କୁ ମିଳିବ ।

କେଉଁଠି କେତେ ଦାମ୍

ଦିଲ୍ଲୀରେ ଆଜିଠୁ ୧୯ କେଜି ବିଶିଷ୍ଟ ସିଲିଣ୍ଡରର ଦାମ୍ ୧୯୭୬.୫୦ ଟଙ୍କା ବଦଳରେ ୧୮୮୫ ଟଙ୍କା, କୋଲକାତାରେ ୧୯୯୫.୫୦ ଟଙ୍କା, ମୁମ୍ବାଇରେ ୧୮୪୪ ଟଙ୍କା ହୋଇଯାଇଛି ।

ସୂଚନାଯୋଗ୍ୟ, ଘରୋଇ ସିଲିଣ୍ଡରର ଦାମ୍ ଜୁଲାଇ ୬ରୁ ବଦଳି ନାହିଁ । ଅର୍ଥାତ ଆଜି ବି ସିଲିଣ୍ଡର ସେହି ଦାମରେ ମିଳିବ । ଇଣ୍ଡେନ୍ ସିଲିଣ୍ଡର ଦିଲ୍ଲୀରେ ୧୦୫୩ ଟଙ୍କା, କୋଲକାତାରେ ୧୦୭୯ ଓ ମୁମ୍ବାଇରେ ୧୦୫୨ ଟଙ୍କାରେ ମିଳୁଛି ।  

   Related Posts