ଗ୍ୟାସ୍ ସିଲିଣ୍ଡର୍ ଫାଟି ମହିଳା ଗୁରୁତର, ଜଳିଗଲା ଘର

Published By : Prameya-News7 Bureau | October 11, 2022 IST

ଯାଜପୁରରୋଡ୍: ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ହାତୀବାରି ଗ୍ରାମରେ ଗ୍ୟାସ୍ ସିଲିଣ୍ଡର୍ ଫାଟି ଗୋଟିଏ ଘର ଜଳି ଯାଇଥିବା ବେଳେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ଆହତ ମହିଳାଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ମହିଳା ଜଣଙ୍କ ଅମ୍ବୁଜ ମହାନ୍ତିଙ୍କ ସ୍ତ୍ରୀ ସେବତୀ ମହାନ୍ତି ବୋଲି ଜଣାପଡିଛି।

ସେ ଆଜି ମଧ୍ୟାହ୍ନରେ ରୋଷେଇ କରୁଥିବା ସମୟରେ କୌଣସି କାରଣରୁ ଗ୍ୟାସ୍ ସିଲିଣ୍ଡର୍ ଫାଟି ଯାଇଥିଲା। ଫଳରେ ତାଙ୍କ ଚାଳ ଛପର ଘରେ ନିଆଁ ଲାଗିଯିବା ସହ ସେବତୀ ଗୁରୁତର ଆହତ ହୋଇଥିଲେ। ପଡୋଶୀ ସେବତୀଙ୍କୁ ଉଦ୍ଧାର କରି ସୁକିନ୍ଦା ମେଡ଼ିକାଲକୁ ପଠାଇଥିଲେ। ଖବର ପାଇ ସ୍ଥାନୀୟ ଅଗ୍ନୀଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସେପଟେ ସେବତୀଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ସୁକିନ୍ଦା ମେଡ଼ିକାଲରେ ତାଙ୍କର ପ୍ରାଥମିକ ଚିକିତ୍ସା କରାଯାଇ ପରେ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.