oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୦୬ କୋଭିଡ୍ ପଜିଟିଭ୍
  • ||
  • ପିଏଫଆଇ ଉପରେ ଲାଗିଲା ୫ ବର୍ଷ ପାଇଁ ପ୍ରତିବନ୍ଧକ, ଆତଙ୍କବାଦୀ କାର୍ଯ୍ୟକଳାପ ନେଇ କାର୍ଯ୍ୟାନୁଷ୍ଠାନ
  • ||
  • ଯାଜପୁର: ମାଆ ବିରଜାଙ୍କ ପୀଠରେ ଚାଲିଛି ନବଦିନାତ୍ମକ ପୂଜା, ସନ୍ଧ୍ୟାରେ ରଥଟଣା
  • ||
  • ଜଗତସିଂହପୁର: ନବରାତ୍ରର ତୃତୀୟ ଦିନ, ମନ୍ତ୍ରଧ୍ୱନୀ ଓ ଚଣ୍ଡୀପାଠରେ କମ୍ପୁଛି ଝଙ୍କଡ଼ ପୀଠ
  • ||
  • କଟକ : କଟକ ସହରରେ ପଶିଲେ ୩ ହାତୀ, ଆକ୍ରମଣରେ ୨ ମୃତ
  • ||

ରୋଷେଇ କରୁଥିବାବେଳେ ସିଲିଣ୍ଡରରୁ ଲାଗିଲା ନିଆଁ : ଜଳିଗଲେ ୨ ଶିଶୁ କନ୍ୟା, ଜଣେ ଆହତ

9/08/2021 at 10:21 AM

ଉତ୍ତରପ୍ରଦେଶ ୦୯/୦୮: ଉତ୍ତରପ୍ରଦେଶ ଆଜାମଗଡରେ ଅଭାବନୀୟ ଘଟଣା । ରୋଷେଇ କରୁଥିବାବେଳେ ଏଲପିଜି ଗ୍ୟାସ ସିଲିଣ୍ଡରରୁ ଲାଗିଲା ନିଆଁ । ଫଳରେ ଗୋଟିେ ପରିବାରର ୨ ଶିଶୁ କନ୍ୟା ପୋଡିଯିବାରୁ ତାଙ୍କର ଜୀବନ ଚାଲିଯାଇଛି । ତେବେ ଅନ୍ୟ ଜଣଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ରହିଛି । ଯାହାର ଚିକିତ୍ସା ସ୍ଥାନୀୟ ହସ୍ପିଟାଲରେ ଚାଲିଛି । ସୂଚନାଯୋଗ୍ୟ ଯେ, ଅହରୁଲା ପୋଲିସ ଷ୍ଟେସନ ଅଞ୍ଚଳରେ ଥିବା ଇମାମଗଡ ଗ୍ରାମର ମାଧୁରୀ ନାମକ ଜଣେ ମହିଳା ରବିବାର ଗ୍ୟାସରେ ରୋଷେଇ କରୁଥିଲେ ।

ରୋଷେଇ ବସି ସେ ପାଣି ପାଇଁ ପାଇବାକୁ ଯାଇଥିଲେ । ପରେ ଗ୍ୟାସ ପାଇପ୍‌ରେ ଲିକ୍‌ ହୋଇ ନିଆଁ ଲାଗିଯାଇଥିଲା । ଫଳରେ ଘରେ ଥିବା ମହିଳାଙ୍କ ୩ ଝିଅ ନିଆଁର ଆଁରୁ ବର୍ତ୍ତି ପାରିନଥିଲେ । ଝିଅମାନେ ଜଳି ଯାଉଥିବା ଦେଖି ଅନେକ ଲୋକ ଘଟଣାସ୍ଥଳକୁ ଆସିଥିଲେ । କୌଣସି ପ୍ରକାରେ ସ୍ଥାନୀୟ ଲୋକ ନିଆଁକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରି ତିନି ଝିଅଙ୍କୁ ଉଦ୍ଧାର କରିଥିଲେ ।

ନିଆଁରେ ଜଳି ଯାଇଥିବା ଝିଅମାନଙ୍କୁ ନିକଟସ୍ଥ ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା । ଯେଉଁଠାରେ ଡାକ୍ତରମାନେ ୨ ଝିଅଙ୍କୁ ମୃତ ଘୋଷଣା କରିଥିଲେ । ଗୁରୁତର ଭାବେ ଜଳିଯାଇଥିବା ଆଉ ଏକ ଶିଶୁ କନ୍ୟା ଗୁରୁତର ଥିବାରୁ ଚିକିତ୍ସା ପାଇଁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ମଞ୍ଜୁସା ନଦୀ କୂଳରେ ମୃତ ଝିଅମାନଙ୍କର ଅନ୍ତୀମ ସଂସ୍କାର କରାଯାଇଛି । ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

   Related Posts