ନିଆଁ ଲିଭାଇବାବେଳେ ଗ୍ୟାସ୍ ଟାଙ୍କିରେ ବିସ୍ଫୋରଣ, ଅଳ୍ପକେ ବର୍ତ୍ତିଲେ ଅଗ୍ନିଶମ କର୍ମଚାରୀ

Published By : Prameya-News7 Bureau | July 25, 2020 IST

ବାଲିପାଟଣା, ୨୫|୦୭: ନିଆଁ ଲିଭାଉ ଲିଭାଉ ବିସ୍ପୋରଣ ହେଲା ଗ୍ୟାସ୍ ଟାଙ୍କି । ଅଳ୍ପକେ ରକ୍ଷା ପାଇଲେ ସ୍ଥାନୀୟ ଲୋକଙ୍କ ସହ ଅଗ୍ନିଶମ କର୍ମଚାରୀ । ଏପିର ଅଭାବନୀୟ ଘଟଣା ଘଟିଛି  ଭୁବନେଶ୍ଵର ଗ୍ୟାରେଜ ଛକ କେନାଲବନ୍ଧ ବସ୍ତିରେ ।

ସୂଚନାନୁସାରେ, କେନାଲବନ୍ଧ ବସ୍ତିରେ  ଜନୈକ ବ୍ୟକ୍ତିଙ୍କ ଘରେ ଶୁକ୍ରବାର ବିଳମ୍ବିତ ରାତ୍ରି ରେ  ନିଆଁ ଲାଗିଯାଇଥିଲା । ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଁଞ୍ଚି ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଥିଲେ । ଘର ଭିତରେ ଏକ ଗ୍ୟାସ୍ ଟାଙ୍କି ଥିବା ଜାଣିବା ପରେ ସେ ସ୍ଥାନରୁ ଦେଖଣାହାରୀଙ୍କୁ ଦୂରେଇ ଯିବାକୁ କହିଥିଲେ । କିଛି ସମୟ ପରେରେ ଗ୍ୟାସ୍ ଟାଙ୍କିଟି ଭୟଙ୍କର ଭାବରେ ବିସ୍ଫୋରଣ ହୋଇଥିଲା ।

ତେବେ ସତର୍କତା ଯୋଗୁ ବିସ୍ଫୋରଣରେ  କାହାରି କିଛି କ୍ଷତି ହୋଇନାହିଁ । ମାତ୍ର ଅଗ୍ନିକାଣ୍ଡରେ ତିନି ବଖରା ଘର ପୋଡି କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.