ଚା’ କରୁଥିବା ବେଳେ ଫାଟିଗଲା ଗ୍ୟାସ୍ ସିଲିଣ୍ଡର୍, ୨ ମହିଳା ଗୁରୁତର
1/05/2020 at 5:43 PM

କଳାହାଣ୍ଡି, ୦୧|୦୫: କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ କାଦୋପଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏଠାରେ ଜଣଙ୍କ ଘରେ ଗ୍ୟାସ ଟାଙ୍କି ଫାଟି ୨ ମହିଳା ଗୁରୁତର ହୋଇପଡିଛନ୍ତି।। ଚା ତିଆରି କଲା ବେଳେ ଗ୍ୟାସ ଟ୍ୟାଙ୍କି ଫାଟି ଥିବା ସୂଚନା ମିଳିଛି।
ସୂଚନାନୁସାରେ, କେସିଙ୍ଗା ଥାନା ଉତ୍କେଲା ପଞ୍ଚାୟତ କାଦୋପଡା ଗ୍ରାମର ତେଜରାଜ ମେହେରଙ୍କ ସ୍ତ୍ରୀ ରେବତୀ ମେହେର,(୪୫) ଓ ସମ୍ପର୍କୀୟା ପ୍ରଭାକର ମେହେରଙ୍କ ସ୍ତ୍ରୀ ପୂର୍ଣମୀ ମେହେର (୫୦), ସକାଳେ ଚା ତିଆରି କରିବା ବେଳେ ଗ୍ୟାସ୍ ଟାଙ୍କି ଲିକ ହୋଇ ଫାଟି ଯାଇଥିଲା।ଫଳରେ ଏହି ଦୁଇ ମହିଳା ଗୁରୁତର ଆହତ ହୋଇଥିଲେ। ଖବର ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଏହି ଦୁଇ ମହିଳାଙ୍କୁ ଉଦ୍ଧାର କରିଥିଲା ପ୍ରଥମେ ଆମ୍ବୁଲାନ୍ସ ଯୋଗେ କେସିଙ୍ଗା ଓ ପରେ ଭବାନୀପାଟଣା ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଇଛି।