ଅଗ୍ନିକାଣ୍ଡରେ ଫାଟିଲା ଗ୍ୟାସ୍ ସିଲିଣ୍ଡର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
1/03/2020 at 10:05 AM

ଭଦ୍ରକ ୧।୩ : ଅଗ୍ନିକାଣ୍ଡରେ ଫାଟିଲା ସିଲିଣ୍ଡର । ଭଦ୍ରକ ଜିଲ୍ଲା ତିହିଡି ଥାନା ଅନ୍ତର୍ଗତ ଦୋଳସାହି ନୂଆ ଶାସନ ଗ୍ରାମରେ ଅଗ୍ନିକାଣ୍ଡ ହୋଇଛି । ନୂଆଶାସନ ଗାଁର ଗଦାଧର ପାଣିଗ୍ରାହୀଙ୍କ ଘରେ ବିଦ୍ୟୁତ୍ ସର୍ଟ ସର୍କିଟରୁ ଅଗ୍ନି ସଂଯୋଗ ହୋଇ ବାସଗୃହ ସମେତ ରୋଷେଇ ଘର ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।

ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହେବା ସହ ଗ୍ୟାସ୍ ସିଲିଣ୍ଡରରେ ନିଆଁ ଲାଗି ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣର ମାତ୍ରା ଏତେ ଅଧିକ ଥିଲା ଯେ, ସିଲିଣ୍ଡରଟି ପ୍ରାୟ ୨ ଶହ ମିଟର ଦୂରରେ ପଡିଥିଲା । ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ତେବେ ବିଳମ୍ବିତ ରାତିରେ ଏହି ଅଗ୍ନି ତାଣ୍ଡବ ହୋଇଥିଲେ ବି କୌଣସି ଜୀବନ ହାନି ହୋଇନଥିବା ସୂଚନା ମିଳିଛି ।