scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଗ୍ୟାରୀ ସିଲିଂଙ୍କ ଭବିଷ୍ୟତବାଣୀ, ୩୦% ପର୍ଯ୍ୟନ୍ତ ହ୍ରାସ ହୋଇପାରେ ସେୟାର ବଜାର

21/11/2023 at 9:13 PM

ନୂଆଦିଲ୍ଲୀ ୨୧।୧୧: ସେୟାର ବଜାରରେ ଅନେକ ଥର ବଡ଼ ଧରଣର ହ୍ରାସ ଦେଖାଯାଇଛି। ୨୦୦୮ ଆମେରିକା ମାନ୍ଦା ବସ୍ଥା ଓ କରୋନା ଭାଇରସ ମହାମାରୀ ଯୋଗୁ ସେୟାର ବଜାର କ୍ରାସ ହଇଥିଲା। ଏବେ ବଜାର ନିମନ୍ତେ ପୁଣି ଏକ ବିପଦର ପଦଧ୍ୱନୀ ଶୁଣା ଯାଉଥିବା ଦିଗ୍ଗଜ ବଜାର ବିଶେଷଜ୍ଞ ତଥା ଅର୍ଥଶାସ୍ତ୍ରୀ ଗ୍ୟାରୀ ସିଲିଂ ଭବିଷ୍ୟତବାଣୀ କରିଛନ୍ତି। ଏମିତିରେ ସିଲିଂଙ୍କୁ ମାର୍କେଟ ପ୍ରୋଫେଟ ଅର୍ଥାତ ଭବିଷ୍ୟତବକ୍ତା ବୋଲି ମଧ୍ୟ କୁହାଯାଏ।

ଅଭିଜ୍ଞ ଅର୍ଥଶାସ୍ତ୍ରୀ ଗ୍ୟାରୀ ସିଲିଂ ୨୦୦୮ ଆମେରିକା ରିୟଲ ଇଷ୍ଟେଟ ସେକ୍ଟରରେ ମାନ୍ଦାବସ୍ଥା ନିମନ୍ତେ  ସଠିକ ଭବିଷ୍ୟତବାଣୀ କରିଥିଲେ।  ତେବେ ସେ ନିକଟରେ ‘ଦି ଜୁଲିଆ ଲ ରୋସ ସୋ’ରେ ଏହିପରି ଆଉ ଏକ ମାନ୍ଦାବସ୍ଥାର ପୂର୍ବାନୁମାନ କରିଛନ୍ତି, ଯେଉଁଥିରେ ବିଶ୍ୱର ସେୟାର ବଜାରମାନଙ୍କରେ ପାଖାପାଖ୍ ୩୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ହୋଇପାରେ ବୋଲି ଅନୁମାନ କରିଛନ୍ତି। ସେ କହିଛନ୍ତି ଯେ ଫେଡେରାଲ ରିଜର୍ଭ ଦେଖାଦେଇଥିବା ଇନଫ୍ଲେସନକୁ ନିୟନ୍ତ୍ରଣକୁ ଆଣିବା ପରେ ଆଗାମୀ ବର୍ଷରୁ ସୁଧହାର ହ୍ରାସ ଆରମ୍ଭ କରିବେ।

ଏଥିରେ ବିଜନେସ୍ ଇନସାଇଡର ରିପୋର୍ଟରେ ଗ୍ୟାରି ସିଲିଂ କହିଛନ୍ତି ଯେ ଆମେରିକା ଅର୍ଥବ୍ୟବସ୍ଥା ପୁଣି ଏକ ମାନ୍ଦାବସ୍ଥାକୁ ମୁହାଁଇଛି ଓ କମର୍ସିଆଲ ରିୟଲ ଇଷ୍ଟେଟ୍ ଜାରି ଅଭିବୃଦ୍ଧିର ବେଲୁନ ଫାଟି ପାରେ। ଫଳରେ ଏହି ସେକ୍ଟରରେ ପୁଣି ଏକ ବଡ଼ ଧରଣର ମାନ୍ଦାବସ୍ଥା ଦେଖା ଦେଇପାରେ। ଏହି  ଘଟଣାକ୍ରମରେ ସେୟାରବଜାରମାନଙ୍କରେ ୩୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ମଧ୍ୟ ହୋଇପାରେ। ଏଥିରେ ଗ୍ୟାରି ସିଲିଂ ସେୟାରରେ ୩୦ରୁ ୪୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ଏପରିକି ସେୟାର ବଜାର ତାର ଶୀର୍ଷରୁ ନିମ୍ନ ପର୍ଯ୍ୟନ୍ତ ହ୍ରାସ ହୋଇପାରେ ବୋଲି ଅନୁମାନ କରିଛନ୍ତି।

ଗ୍ୟାରି ସିଲିଂ କହିଛନ୍ତି ଯେ ଆମେ ମାନ୍ଦାବସ୍ଥାରେ ନାହେଁ, ହେଲେ ଖୁବ୍ ଶୀଘ୍ର ମାନ୍ଦାବସ୍ଥା ଆସିପାରେ।  କୌଣସି ବିପଦ ଆସିବା ପୂର୍ବରୁ ସତର୍କ କରି ଆସି ନଥାଏ। ଏଥିରେ ଯଦି ଆପଣ କେତେକ ପ୍ରମୁଖ ସଂକେତକୁ ଦେଖନ୍ତି ତେବେ ଏଥିରେ ମାନ୍ଦାବସ୍ଥାର ସମ୍ଭାବନା ଦେଖାଗଲାଣି। ଏ ସବୁକୁ ଦେଖିଲେ ମାନ୍ଦାବସ୍ଥାରୁ ବର୍ତ୍ତିବା ସମ୍ଭବ ନୁହେଁ ବୋଲି ମଧ୍ୟ ଅନୁମାନ କରି ହେଉଛି ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ବିଶ୍ୱର ସବୁଠୁ ବଡ଼ ଅର୍ଥ ବ୍ୟବସ୍ଥା ହେଉଛି ଆମେରିକା। ଏଠିକାର ପରିସ୍ଥିତିରେ ହେଉଥିବା ପ୍ରତ୍ୟେକ ପରିବର୍ତ୍ତନର ପ୍ରଭାବ ସବୁ ଦେଶଙ୍କ ଉପରେ ପଡେ। ୨୦୦୮ ମସିହା ମାନ୍ଦାବସ୍ଥାର ପ୍ରଭାବ ଭାରତ ସମେତ ସମଗ୍ର ବିଶ୍ୱର ଆର୍ଥିକ ବଜାରରେ ଦେଖିବାକୁ ମିଳିଥିଲା।

   Related Posts