୨୧ ବର୍ଷ ବୟସରେ ଟେଷ୍ଟ୍ କ୍ରିକେଟରେ ସର୍ବାଧିକ ସ୍କୋର; ଏଯାଏଁ ଭାଙ୍ଗିନି ୬୬ ବର୍ଷ ପୁରୁଣା ରେକର୍ଡ

Published By : Prameya-News7 Bureau | March 01, 2024 IST

ମୁମ୍ବାଇ:  ମାର୍ଚ୍ଚ ୧ ତାରିଖ, କ୍ରିକେଟ୍ ଇସିହାସ ପାଇଁ ସ୍ବତନ୍ତ୍ର ଦିନ । ୬୬ ବର୍ଷ ପୁରୁଣା ରେକର୍ଡ ଏଯାଏଁ ଭାଙ୍ଗି ନାହିଁ । ୧୯୫୮ରେ ମାର୍ଚ୍ଚ ୧ ତାରିଖରେ ଓ୍ବେଷ୍ଟଇଣ୍ଡିଜର ମହାନ ଅଲରାଣ୍ଡର ଗ୍ୟାରୀ ସୋବର୍ସ କିଂଗଷ୍ଟନର ସବିନା ପାର୍କରେ ଚମତ୍କାର ପ୍ରଦର୍ଶନ କରି ଇତିହାସ ରଚିଥିଲେ । ପାକିସ୍ତାନର ସୁଇଙ୍ଗ ଆଟାକକୁ ଧ୍ବଂସ କରିଥିଲେ । ମାତ୍ର ୨୧ ବର୍ଷ ବୟସ ବିଶ୍ବ ରେକର୍ଡ କରିଥିଲେ । ଟେଷ୍ଟ କ୍ରିକେଟରେ ଟ୍ରିପଲ୍ ସେଞ୍ଚୁରୀ ମାରିଛନ୍ତି । କ୍ୟାରିୟରର ପ୍ରଥମ ଶତକକୁ ତ୍ରିଶତକରେ ବଦଳାଇ ଦେଇଥିଲେ । ପାକିସ୍ତାନ ବିପକ୍ଷରେ ୩୬୫ରନର ଅପରାଜିତ ଇଂନିସ୍ ଖେଳିଥିଲେ ଗ୍ୟାରୀ ସୋବର୍ସ । ତାଙ୍କ ରେକର୍ଡ ଏଯାଏଁ ଭାଙ୍ଗି ନାହିଁ ।    

ଟେଷ୍ଟ କ୍ରିକେଟରେ ଗ୍ୟାରୀ ସୋବର୍ସ ନାଁରେ ସର୍ବାଧିକ ବ୍ୟକ୍ତଗତ ସ୍କୋରର ରେକର୍ଡ ରହିଛି । ଏହା ପୂର୍ବରୁ ଏହି ରେକର୍ଡ ଇଂଲଣ୍ଡର ଲେନ୍ ହଟନଙ୍କ ନାଁରେ ରହିଥିଲା । ସେ ୧୯୩୮ ମସିହାରେ ଅଷ୍ଟ୍ରେଲିଆ ବିରୋଧରେ ଓଭାଲ ଷ୍ଟାଡିୟମରେ ୩୬୪ ରନ୍ କରିଥିଲେ । ୩୬ ବର୍ଷ ପରେ ୧୯୯୪ରେ ଓ୍ବେଷ୍ଟଇଣ୍ଡିଜର ଧୁରନ୍ଧର ବ୍ୟାଟର ବ୍ରଏନ୍ ଲାରା ଏହି ରେକର୍ଡକୁ ଭାଙ୍ଗି ଦେଇଥିଲେ । ସେ ବ୍ୟକ୍ତିଗତ ଭାବେ ଟେଷ୍ଟ କ୍ରିକେଟରେ ୩୭୫ ରନ ସଂଗ୍ରହ କରି ସୋବର୍ସଙ୍କ ରେକର୍ଡକୁ ଭାଙ୍ଗିଥିଲେ । ଲାରାଙ୍କ ନାଁରେ ଅପରାଜିତ ୪୦୦ ରନର ବ୍ୟକ୍ତିଗତ ସ୍କୋର ରହିଛି । ତେବେ ଟେଷ୍ଟ କ୍ରିକେଟରେ ଯୁବ ତାରକା ଭାବେ ଗ୍ୟାରୀ ସୋବର୍ସଙ୍କ ତ୍ରିଶତକ ଏବେବି ଭାଙ୍ଗି ନାହିଁ ।

wp:html /wp:html

ଗ୍ୟାରୀ ସୋବର୍ସ ୧୦ଘଣ୍ଟା ଏବଂ ୧୪ରେ ୩୬୫ ରନର ଆପରାଜିତ ଇଂନିସ୍ ଖେଳିଥିଲେ ।  ଏହି ସର୍ବଶ୍ରେଷ୍ଠ ପାଳିରେ ସେ ୩୮ ଚୌକା ମାରିଥିଲେ । ସୋବର୍ସ ଓ କୋନରାଡ୍ ହଣ୍ଟ ଦ୍ବିତୀୟ ଓ୍ବିକେଟରେ ୪୪୬ରନର ଭାଗିଦାରୀ ଇଂନିସ୍  ଖେଳିଥିଲେ । ସୋବର୍ସ ଚମତ୍କାର ପ୍ରଦର୍ଶନ ପାଇଁ ଓ୍ବେଷ୍ଟଇଣ୍ଡିଜ୍ ୩ ଓ୍ବିକେଟରେ ୭୯୦ ରନ ସଂଗ୍ରହ କରି ପାଳି ଘୋଷଣା କରିଥିଲା । ଟେଷ୍ଟ ଇତିହାସରେ ଏହା କାରବିୟାନ ଦଳର ସବୁଠୁ ବଡ଼ ସ୍କୋର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.