ଉଛୁଳିଲା ବୈତରଣୀ ଓ ସାଳନ୍ଦୀ, ଗାଁରେ ପସିଲା ଜୁଆରପାଣି: ଶହଶହ ଏକର ଚାଷଜମି ଜଳମଗ୍ନ

Published By : Prameya-News7 Bureau | July 16, 2022 IST

ଚାନ୍ଦବାଲି ୧୬/୦୭: ଲଘୁଚାପ ପ୍ରଭାବରେ ବୈତରଣୀ ଓ ସାଳନ୍ଦୀ ନଦୀ ଉଛୁଳି ଆରଡ଼ି ନିକଟସ୍ଥ ଶୀତଳପୁର, ପାଲଟପୁର, ସାନପଙ୍କି, କୁଲିବିନ୍ଧା, ଗରିପୁର ଆଦି ଗାଁରେ ପସି ଜୁଆରପାଣି । ଏମିତିକି ଗାଁ ଗାଁରେ ଭାଙ୍ଗୁଛି ଲହଡି ପାଣି । ବିଶେଷକରି ଶୀତଳପୁର ଗାଁ ଦାଣ୍ଡରେ ଜୁଆରପାଣି ପ୍ରବାହିତ ହେଉଥିବାରୁ ବିଭିନ୍ନ ସମୟରେ ସାଳନ୍ଦୀ ନଦୀରେ ଥିବା ବଡବଡ କୁମ୍ଭୀର ଶୋଇ ରହୁଛନ୍ତି ।

wp:gallery {"linkTo":"none"} /wp:gallery

ଭୟରେ ଗାଁ ଲୋକଙ୍କ ଯାତାୟତ ଠପ୍ ହୋଇଯାଇଥିବା ବେଳେ ଭୟରେ ନଇକୂଳିଆ ଲୋକ ଘର ଛାଡି ଅନ୍ୟତ୍ର ଆଶ୍ରୟ ନେଇଥିବା ଜଣାପଡିଛି । ରାସ୍ତାରେ ଜୁଆର ସମୟ ଠାରୁ ଭଟା ପର୍ଯ୍ୟନ୍ତ ସମୁଦ୍ରପାଣି ଲହଡି ମାରିବା ଫଳରେ ବିଦ୍ୟାଳୟକୁ ଛାତ୍ରଛାତ୍ରୀ ନଯାଇ ଘରେ ରହୁଛନ୍ତି ।

ସେହିପରି ନଈକୂଳରେ ବସବାସ କରୁଥିବା ୨୦ରୁ ଅଧିକ ପରିବାର ଭୟରେ ଜୀବନ ବିତାଉଛନ୍ତି । ଏବେ ସମୁଦ୍ର ଜୁଆର ପାଣି ଦୁର୍ବିସହ କରିଛି । ଏହାସହ ଶହଶହ ଏକର ଧାନତଳି କ୍ଷେତରେ ପାଣି ମାଡିଯାଇ ଗତ ୨ଦିନ ହେବ ଲହଡି ଭାଙ୍ଗୁ ଥିବାରୁ ଧାନତଳି ପଚିବା ଆଶଙ୍କା ଦେଖାଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.