ବଡ଼ଚଣା ପୋଲିସ ଓ ସ୍ପେଶାଲ ସ୍କ୍ୱାର୍ଡର ମିଳିତ ଚଢଉ, ଗଞ୍ଜେଇ ଜବତ, ଦୁଇ ଗିରଫ
7/03/2023 at 3:38 PM

ଚଣ୍ଡୀଖୋଲ ୦୭/୦୩ : ଯାଜପୁର ଜିଲ୍ଲା ବଡ଼ଚଣା ପୋଲିସ ଓ ସ୍ପେଶାଲ ସ୍କ୍ୱାର୍ଡର ମିଳିତ ଚଢଉ । ଫଳରେ କୋଲସାହି ଗାଁରୁ ୮୪ କେଜି ଗଞ୍ଜେଇ ଜବତ ହେବା ସହ ଦୁଇ ଜଣ ଙ୍କୁ ଗିରଫ କରିଛି ପୋଲିସ । ଯାଜପୁର ଏସପି ଭିନିତ୍ ଅଗ୍ରୱାଲଙ୍କ ନିର୍ଦ୍ଦେଶ କ୍ରମେ ସକାଳେ ବଡ଼ଚଣା ବ୍ଳକର କୋଲାସହି ଗାଁରୁ ଏହି ଚୋରା ଗଞ୍ଜେଇ ଜବତ ହୋଇଛି ।
ଏଥିସହିତ ଗୋଟାଏ ମୋଟର ସାଇକେଲ ଓ ମୋବାଇଲ ଜବତ ହୋଇଛି । ଗିରଫ ଚୋରା ଗଞ୍ଜେଇ ବେପାରୀ କୋଲସାହି ଗାଁର ଗୋବିନ୍ଦ ବିଶୋୟୀ ଓ ଅନ୍ୟଜଣେ ଉଦୟ ଶଙ୍କର ବିଶ୍ଵାସ ମାଲକାନଗିରି ଜିଲ୍ଲାର MPV ୩୭ ବୋଲି ଏସଡିପି ଓ ସୂଚନା ଦେଇଛନ୍ତି । ଜବତ ଗଞ୍ଜେଇର ମୂଲ୍ୟ ତିନି ଲକ୍ଷ ପଚାଶ ହଜାର ଟଙ୍କା ବୋଲି ପୋଲିସ କହିଛି।
Related Posts
ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥ କାଠ
30 March 2023
ଚାଲାଣ ବେଳେ ଅଫିମ ଚୋପା ବୋଝେଇ ଭ୍ୟାନ୍ ଜବତ; ଜଣେ ଗିରଫ
30 March 2023