ଅବକାରୀ ବିଭାଗର ଚଢାଉ, କନ୍ଧମାଳରୁ ଦିଲ୍ଲୀ ଚାଲାଣ ବେଳେ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
16/09/2022 at 1:29 PM

ବ୍ରହ୍ମପୁର ୧୬/୦୯: ପାର୍ବଣରେ ଅପରାଧ ରୋକିବାକୁ ଚାଲିଛି ଜୋରଦାର ଧରପଗଡ । ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଉଛି ।
ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁରରେ ଅବକାରୀ ଗୁଇନ୍ଦା ବିଭାଗକୁ ସଫଳତା ମିଳିଛି । ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ୪ ଜଣଙ୍କ ଗିରଫ କରାଯାଇଛି । ଟିମ୍ ସୂଚନା ପାଇ ଗୋପାଳପୁର ଛକରେ ଚଢାଉ କରିଥିଲା । କନ୍ଧମାଳରୁ ଦିଲ୍ଲୀ କୁ କାର୍ ଯୋଗେ ବେଆଇନ୍ ଗଞ୍ଜେଇ ଚାଲାଣ ବେଳେ ଗୋପାଳପୁର ଛକରେ ଧରିଥିଲା ଅବକାରୀ ଗୁଇନ୍ଦା ବିଭାଗ ।

ଫଳରେ ଏକ କୁଇଣ୍ଟାଲ୍ରୁ ଅଧିକ ଗଞ୍ଜେଇ ସହ କାର୍ ଜବତ । ଆହୁରି ମଧ୍ୟ ୪ ମାଫିଆ ଧରାପଡିଛନ୍ତି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଦକ୍ଷିଣାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଡେପୁଟି କମିଶନର ଅଶୋକ ଶତପଥୀ ।
Related Posts
ହେପାଜତରେ ଅଭିଯୁକ୍ତ ମୃତ ! ରେଞ୍ଜରଙ୍କ ସମେତ ୭ ଥାନାରେ ଅଟକ
6 February 2023
ରାତି ୧୨ପରେ ବୁଲୁଛି ମୋଟର ସାଇକେଲ, ସିସିଟିଭିରେ ଭିଜୁଆଲ କଏଦ
6 February 2023