ଆର୍ମି ଯବାନଙ୍କ ଠାରୁ ମିଳିଲା ଗଞ୍ଜେଇ, ୬୦ କିଲୋ ଗଞ୍ଜେଇ ଜବତ କଲା ଅବକାରୀ ଗୁଇନ୍ଦା ବିଭାଗ

Published By : Prameya-News7 Bureau | March 21, 2023 IST

ବ୍ରହ୍ମପୁର ୨୧/୦୩ : ଆର୍ମି ଯବାନଙ୍କ ଠାରୁ ମିଳିଲା ଗଞ୍ଜେଇ । ଆର୍ମି. ଏ.ଡି କଲେଜରେ କାର୍ଯ୍ୟ କରି ବହିଷ୍କୃତ ହୋଇଥିବା ଯବାନଙ୍କ ଠାରୁ ମିଳିଛି ଗଞ୍ଜେଇ । ନିଲମ୍ବିତ ଯବାନ ହେଲେ ମଧ୍ୟପ୍ରଦେଶ ଗ୍ୱାଲିୟରର ଗୋପାଳ ସିଂହ ।

ସୋମବାର ଗ୍ବାଲିୟରରୁ ଭୁବନେଶ୍ୱର ଫ୍ଲାଇଟ ଯୋଗେ ଆସି ବସ ଦ୍ୱାରା ଗଜପତି ଜିଲ୍ଲା ଅଡବା ଅଞ୍ଚଳକୁ ଯାଇଥିଲେ । ସେଠାରୁ ଗଞ୍ଜେଇ ଧରି ୩ଟି ଏୟାର ବ୍ୟାଗରେ ଭୁବନେଶ୍ୱରକୁ ଏକ ଘରୋଇ ବସ ଯୋଗେ ଯାଉଥିଲେ । ସେଠାରୁ ଫ୍ଲାଇଟ୍ ଯୋଗେ ଯାଇଥାନ୍ତେ ଦିଲ୍ଲୀ ।

ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଗୋପାଳପୁର ଛକ ଠାରେ ଚଢାଉ କରିଥିଲା । ଗୋପାଳଙ୍କୁ ଅଟକ ପରେ ଅବକାରୀ ଗୁଇନ୍ଦା ପକ୍ଷରୁ ଆର୍ମି ଏଡି କଲେଜ ସହ ଯୋଗାଯୋଗ ହୋଇଥିଲା । ତେବେ ଗୋପାଳ ତାଙ୍କ ପତ୍ନୀଙ୍କୁ ହତ୍ୟା ମାମଲାରେ ଆର୍ମିରୁ ବହିଷ୍କୃତ ହୋଇଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.