ଅପରେସନ ଗ୍ରୀନ କ୍ଲିନ୍: ୨୬ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପାଡୁଆ ପୋଲିସ

Published By : Prameya-News7 Bureau | February 23, 2024 IST

ଲମତାପୁଟ ୨୩/୦୨: ପୋଲିସର କଡାସୁରକ୍ଷା ନେଇ ଜାରି ରହିଛି ଅପ୍ରେସନ ଗ୍ରୀନ କ୍ଲିନ । ଗଞ୍ଜେଇ ଗଛ ଅମଳ ସମୟ ପୂର୍ବରୁ ପୋଲିସ ମାଳି ଭୀମଡଳ, ପରଜା ଭୀମ ଡଳ ଏବଂ ମାଳି ଆମ୍ବେଲ ଗ୍ରାମ ନିକଟ ଅଞ୍ଚଳରୁ ଗଞ୍ଜେଇଚାଷ ନଷ୍ଟ କରିଛି । କୋରାପୁଟ ପୋଲିସ, ଡିବିଏଫ, ବନବିଭାଗ ସ୍ଥାନୀୟ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ୨୬ ଏକର ଜାଗାରୁ ୩୧ହଜାରରୁ ଉର୍ଦ୍ଧ୍ୱ ଗଞ୍ଜେଇ ଗଛ ନଷ୍ଟ କରିଛି ପୋଲିସ ।

ଗୁଇନ୍ଦା ବିଭାଗର ସୂଚନା ଅନୁଯାୟୀ ଏବଂ ପୋଲିସ ଡ୍ରୋନ ସାହାଯ୍ୟରେ ବିଭନ୍ନ ଜାଗାକୁ ଚିହ୍ନଟ କରି କୋରାପୁଟ ଏସପିଙ୍କ ନିର୍ଦେଶ କ୍ରମେ ଗଞ୍ଜେଇ ଚାଷ ନଷ୍ଟ କରିବା ପାଇଁ କଡା ପଦକ୍ଷେପ ନେଇଛନ୍ତି । ଅଞ୍ଚଳରୁ ଗଞ୍ଜେଇ ଚାଷ ସମ୍ପୂର୍ଣ ନଷ୍ଟ କରିବାପାଇଁ ପୋଲିସ ସଜାଗ ରହିଥିବା ଏବଂ ଏହି ଅଞ୍ଚଳରେ ଯେଉଁ ମାନେ ଚାଷ କରୁଛନ୍ତି ସେମାନଙ୍କୁ ଚିହ୍ନଟ କରି ଗିରଫ କରାଯିବ ପାଇଁ ଉଦ୍ୟମ ଆରମ୍ଭ ହୋଇଥିବା ନେଇ ନନ୍ଦପୁର SDPO ସନ୍ଦୀପ କୁମାର ମଝି ସୂଚନା ଦେଇଛନ୍ତି l

you can also read...

wp:embed {"url":"https://www.prameyanews7.com/sccoty_truck-accident-at-ghatagon/","type":"wp-embed","providerNameSlug":"prameya-news-7"}
https://www.prameyanews7.com/sccoty_truck-accident-at-ghatagon/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.