ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

ବାଦଗଡରେ ପୋଲିସର ଅତର୍କିତ ଚଢାଉ, ୧୦ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ

26/05/2022 at 2:58 PM

ଗଂଜାମ ୨୬/୦୫: ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ବାଦଗଡ଼ ଗାଁର ଏକ ଘରେ ପୋଲିସର ଅତର୍କିତ ଚଢ଼ାଉ କରି ୧୦ କ୍ୱିଣ୍ଟାଲ ୪୩ କେଜି ଗଞ୍ଜେଇ ଜବତ କରିଛି । ଜଣେ ଅଭିଯୁକ୍ତ କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

ପୋଲିସ ବିଶେଷ ସୂତ୍ରରୁ ଖବର ପାଇଁ ଗଂଜାମ SPଙ୍କ ନିର୍ଦେଶ କ୍ରମେ ସେରଗଡ଼ ଥାନା ଆଧିକାରୀଙ୍କ ନେତୃତ୍ୱରେ ଏକ ପୋଲିସ ଟିମ ବାଦଗଡ଼ ମୁନା ବିଷୋୟୀ ନାମକ ଜଣେ ଲୋକଙ୍କ ଘରେ ଚଢ଼ାଉ କରିଥିଲେ । ଆଉ ତାଙ୍କ ଘରୁ ୧୦ କ୍ୱିଣ୍ଟାଲ ୪୩ କେଜି ଗଞ୍ଜେଇ ଜବତ କରିଛି । ତା ସହ ଗଂଜେଇ ପ୍ୟାକିଂରେ ବ୍ୟବହୃତ କେତେକ ଜରି ପଲିଥିନ ମଧ୍ୟ ଜବତ କରିଛି ।

ଗିରଫ ଅଭିଯୁକ୍ତ ଜଣଙ୍କ ନିଜ ଘରେ ଗଞ୍ଜେଇ ମହଜୁଦ ରଖି ବିଭିନ୍ନ ସ୍ଥାନରୁ ସଂଗ୍ରହ କରି ରାଜ୍ୟ ତଥା ରାଜ୍ୟ ବାହାରକୁ ଚାଲାଣ କରୁଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଆସିକା ଏସଡିପିଓ ଉମା ଶଙ୍କର ସିଂ।

   Related Posts