୧୮ କେ.ଜି. ଗଞ୍ଜେଇ ଜବତ, ୨ ଅଭିଯୁକ୍ତ ଗିରଫ

Published By : Prameya-News7 Bureau | July 23, 2021 IST

ଯାଜପୁର ୨୩।୭: ଯାଜପୁର ଜିଲ୍ଲା କୁଆଖିଆ ଥାନା କୃଷ୍ଣପଡ଼ା ଛକ ନିକଟରୁ ୧୮ କେଜି ଗଞ୍ଜେଇ ଜବତ କରାଯାଇଛି। ଏଥିରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ନଗଦ ୧୧ ହଜାର ୫୯୦ ଟଙ୍କା ଓ ଏକ ହୋଣ୍ଡା ଆକ୍ଟିଭା ଗାଡ଼ି ଜବତ କରିଛି । ଗିରଫ ଅଭିଯୁକ୍ତମାନେ ସ୍ଥାନୀୟ ଗରୁଆଳ ଗ୍ରାମର ରାଜକିଶୋର ସାହୁ ଓ ଡିହକୁରାସଂ ଗ୍ରାମର ଜଗମୋହନ ପଣ୍ଡା ବୋଲି ଜଣାପଡିଛି। ଶୁକ୍ରବାର ଅପରାହ୍ନରେଏମାନଙ୍କୁ କୋର୍ଟ ଚାଲାଣ କରାଯିବ।

ସୂଚନାଯୋଗ୍ୟ ଯେ, ବେଆଇନ ଗଞ୍ଜେଇ କାରବାର ହେଉଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇ କୁଆଖିଆ ପୋଲିସର ଏକ ଟିମ୍ କୃଷ୍ଣପଡ଼ା ଛକରେ ଜଗି ରହିଥିଲା । ଏହି ସମୟରେ ଏକ ହୋଣ୍ଡା ଆକ୍ଟିଭା ଗାଡ଼ିରେ ଗଞ୍ଜେଇ ନେଇ ଯାଉଥିବା ୨ ଅଭିଯୁକ୍ତଙ୍କୁ ପୋଲିସ କାବୁ କରିବା ସହ ସେମାନଙ୍କ ନିକଟରୁ ୧୮ କେଜି ଗଞ୍ଜେଇ ଜବତ କରିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.