ଟ୍ରକ୍‌‌ରେ ଚାଲାଣ ବେଳେ ୧୦କେ.ଜି. ଗଞ୍ଜେଇ ଜବତ, ୨ ଅଭିଯୁକ୍ତ ଗିରଫ

Published By : Prameya-News7 Bureau | January 11, 2021 IST

କଟକ ୧୧।୧: କଟକରୁ ପୁଣି ଗଞ୍ଜେଇ ଜବତ । ୧୦କେଜି ୫୦୦ ଗ୍ରାମ୍‌ ଗଞ୍ଜେଇ ଜବତ କରିଛି ଚାଉଳିଆଗଞ୍ଜ ପୋଲିସ । ଅଭିଯୋଗରେ ୨ ଜଣଙ୍କୁ ପୋଲିସ ଗିରଫ କରିଛି । ପାଟ୍ରୋଲିଂ ବେଳେ ପୋଲିସ ଗଞ୍ଜେଇ ଜବତ କରିଛି ।

ଟ୍ରକ୍ କଣ୍ଟେନର କ୍ୟାବିନ୍‌ରେ ଗଞ୍ଜେଇ ଭର୍ତ୍ତି କରି ଚାଲାଣ କରୁଥିଲେ ଅଭିଯୁକ୍ତ । ଗିରଫ ଅଭିଯୁକ୍ତ ହେଲେ ଜଗତସିଂହପୁର ଅଞ୍ଚଳର ବାପିନା ସେନାପତି ଏବଂ କନ୍ଧମାଳ ଅଞ୍ଚଳର ମଦନ କୁମାର ବେହେରା । ଗିରଫ ପରେ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.