ଗଞ୍ଜେଇ ଚୋରା ଚାଲାଣ ବେଳେ ଧରାପଡିଲେ ବେପାରୀ, କ୍ବିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ

Published By : Prameya-News7 Bureau | July 17, 2021 IST

ବୌଦ୍ଧ ୧୭।୭: ବୌଦ୍ଧ ଜିଲ୍ଲା ବଘିଆପଡା ଫାଣ୍ଡି ଅନ୍ତର୍ଗତ ଗୋଛାପଡା ଗାଁ ନିକଟରୁ ଏକ କାରରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ପୋଲିସ ହାତରେ ଧରାପଡିଲେ ଗଞ୍ଜେଇ ବେପାରୀ ।  କାରରୁ ପ୍ରାୟ ୧ କ୍ବିଣ୍ଟାଲ ୪୦ କେଜିର ଗଞ୍ଜେଇ ଜବତ ହୋଇଥିବା ବେଳେ ୨ ଜଣଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତମାନେ ହେଲେ ସାଗଡ଼ା ଗ୍ରାମର ସତ୍ୟବାନ ଛତ୍ର ଏବଂ ମନମୁଣ୍ଡା ଗ୍ରାମର ଆକ୍ରମ ଖାନ ।

{"id":482002,"width":748,"height":411,"sizeSlug":"large","linkDestination":"none"}

ବୌଦ୍ଧରୁ ବାହାର ରାଜ୍ୟକୁ ଏହି ଗଞ୍ଜେଇ ଚାଲାଣ ହେଉଥିବା ନେଇ ପୋଲିସକୁ ବିଶ୍ବସ୍ଥ ଖବର ମିଳିଥିଲା । ତେବେ ଡେପୁଟି କଲେକ୍ଟର ବିରଞ୍ଚି ଧରୁଆଙ୍କ ଉପସ୍ଥିତିରେ ଗଞ୍ଜେଇର ମାପ କରାଯାଇଥିବା ବେଳେ ଆଜି ଅଭିଯୁକ୍ତ ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.