ବୌଦ୍ଧରେ ଅପରେସନ୍ ଗ୍ରୀନ୍ କ୍ଲିନ୍, ୫ ଦିନରେ ପ୍ରାୟ ୩ କୋଟିର ଗଞ୍ଜେଇ ଜବତ
5/03/2023 at 5:36 PM

ବୌଦ୍ଧ ୫।୩: ବୌଦ୍ଧ ପୋଲିସକୁ ମିଳିଲା ବଡ ପୋଲିସ । ଅପରେସନ ଗ୍ରୀନ କ୍ଲିନ୍ ଜରିଆରେ ଗଞ୍ଜେଇ ଜବତ ହୋଇଛି । ଲଗାତର ଭାବେ ୫ଦିନ ହେବ ଜିଲ୍ଲାର ଦୁର୍ଗମ ଅଞ୍ଚଳ ଗୁଡ଼ିକରେ ଚଢ଼ାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛନ୍ତି । ପାହାଡ ଜଙ୍ଗଲରେ ଅସ୍ଥାୟୀ ଗୋଦାମ ଗୃହ କରି ସେଠାରେ ପ୍ୟାକିଂ କରି ବାହାର ରାଜ୍ୟକୁ ଚାଲାଣ ପାଇଁ ଗଚ୍ଛିତ ରଖିଥିବା ବେଳେ ସେଠାରୁ ୩୭ କ୍ବିଣ୍ଟାଲ ଗଞ୍ଜେଇ ଜବତ କରିଛନ୍ତି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୩ କୋଟି ୭୦ ଲକ୍ଷ ଟଙ୍କା ।
ବୌଦ୍ଧ ଜିଲ୍ଲା ଗଞ୍ଜେଇ ଗଡ କୁହାଯାଉଥିବା ବେଳେ ନୂତନ ଏସପି ରାଜ ପ୍ରସାଦ ବୌଦ୍ଧ ରେ ଯୋଗଦେବା ପରେ ଏହାକୁ କିପରି ସମ୍ପୂର୍ଣ୍ଣ ଭାବେ ଜିଲ୍ଲାରୁ ବିନାଶ କରାଯିବ ସେ ଦିଗରେ ନିଜେ ଏସପି ଗଞ୍ଜେଇ ଚାଷ ହେଉଥିବା ଦୁର୍ଗମ ଅଞ୍ଚଳ ଗୁଡ଼ିକୁ ଯାଇ ସେଠାରୁ ଗଞ୍ଜେଇ ଜବତ କରୁଛନ୍ତି । ହେଲେ ଜିଲ୍ଲାରୁ ବାହାର ଜିଲ୍ଲାକୁ ଗଞ୍ଜେଇକୁ ଚାଲାଣ ହେଉଥିବା ଉପରେ କୌଣସି ରୋକ୍ ଲଗାଇ ପାରୁନାହାନ୍ତି ଏସପି । ପୂର୍ବରୁ ଜିଲ୍ଲାର ସମସ୍ତ ପ୍ରବେଶ ପଥରେ ଚେକିଂ କଡାକଡି ଭାବେ କରି ଗଞ୍ଜେଇ ଜବତ କରାଯାଉଥିଲା କିନ୍ତୁ ଏବେ ପୋଲିସ ପକ୍ଷରୁ ଚେକିଂ ବନ୍ଦ ରହିଛି । ଯାହା ଫଳରେ ମାଫିଆମାନେ ବେଧଡକ ଭାବେ ଗଞ୍ଜେଇକୁ ଜିଲ୍ଲାରୁ ବାହାର ରାଜ୍ୟକୁ ନେଇ ବେପାର ଚଳାଇଛନ୍ତି ।