ଅକ୍ସିଜେନ୍ ବୋଝେଇ ଟ୍ରକ୍‌ରୁ କୋଟିଏ ଟଙ୍କାର ଗଞ୍ଜେଇ ଜବତ, ୨ ଅଭିଯୁକ୍ତ ଗିରଫ

Published By : Prameya-News7 Bureau | June 12, 2021 IST

ଜୟପୁର ୧୨।୬: ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ । ବିପୁଳ ପରିମାଣର ଗଞ୍ଜେଇ ଚାଲାଣ ବେଳେ ଜବତ କରିଛି ପୋଲିସ । ଜବତ ଗଞ୍ଜେଇର ପରିମାଣ ୧୨ କ୍ବିଣ୍ଟାଲ ୭୭ କେଜି ହେବ ବୋଲି ଜଣାପଡିଛି । ଯାହାର ଆନୁମାନିକ ବଜାର ମୂଲ୍ୟ ୧ କୋଟି ଟଙ୍କାରୁ ଅଧିକ ହେବ ।

{"id":464986,"sizeSlug":"large","linkDestination":"none"}

ପୂର୍ବରୁ ଗଞ୍ଜେଇ ମାଫିଆମାନେ କେତେବେଳେ ପରିବା ବୋଝେଇ ଟ୍ରକ୍ ତ ଆଉ କେତେବେଳେ ମୁଢି ବୋଝେଇ ଟ୍ରକରେ ଗଞ୍ଜେଇ ଚାଲାଣ କରୁଥିବା ବେଳେ ଏମାନଙ୍କୁ କାବୁ କରିଛି ପୋଲିସ । ଏଥର କିନ୍ତୁ ମହାମାରୀ ସମୟରେ ଅକ୍ସିଜେନ ପରିବହନ ହେଉଥିବା ବେଳେ ଅକ୍ସିଜେନ ବୋଝେଇ ଟ୍ରକରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ଜୟପୁର ସଦର ପୋଲିସ ।

{"id":464987,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଯେ, ଭିଏତନାମ ସରକାରଙ୍କ ତରଫରୁ ଭାରତକୁ ଅକ୍ସିଜେନ ଯୋଗାଣ ହୋଇଥିଲା । ବିଶାଖାପାଟଣାରୁ ଅକ୍ସିଜେନ ବୋଝେଇ ଏହି ଟ୍ରକଟି ଦିଲ୍ଲୀର ରେଡକ୍ରସ୍ ସୋସାଇଟିକୁ ଯାଉଥିଲା । ତେବେ ରାସ୍ତାରେ ଗଞ୍ଜେଇ ମାଫିଆମାନେ ଏଥିରେ ବିପୁଳ ପରିମାଣର ଗଞ୍ଜେଇ ଲୋଡ୍ କରି ଉତ୍ତର ପ୍ରଦେଶ ନେଉଥିବା ବେଳେ ଜୟପୁରରେ ଏମାନଙ୍କୁ କାବୁ କରିଛି ପୋଲିସ । ଏହି ଘଟଣାରେ ୨ ଅଭିଯୁକ୍ତକୁ କାବୁ କରିଛି ପୋଲିସ । ଏହି ଟ୍ରକରେ ୧୫୦ଟି ଅକ୍ସିଜେନ୍ ସିଲିଣ୍ଡର ଦିଲ୍ଲୀ ଯାଉଥିଲା । ଗିରଫ ୨ ଅଭିଯୁକ୍ତ ପଞ୍ଜାବର ଓ ଟ୍ରକଟି ମଧ୍ୟ ପଞ୍ଜାବରେ ରେଜିଷ୍ଟ୍ରେସନ ହୋଇଥିବା କହିଛନ୍ତି ଜୟପୁର ଏସଡିପିଓ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.