ସରକାରୀ ବସ୍ରେ ଚାଲିଥିଲା ଗଞ୍ଜେଇ ବେପାର, ମାଡିବସିଲା ପୋଲିସ
13/03/2023 at 2:56 PM

କରଞ୍ଜିଆ ୧୩।୩: ସରକାରୀ ଯାତ୍ରୀବାହୀ ବସ୍ରେ ଚୋରା ଗଞ୍ଜେଇ ଚାଲାଣ ବେଳେ ମାଡ଼ିବସିଲା ପୋଲିସ । ସୋମବାର ଦିନ ୧୨ଟା ୩୦ମିନିଟ୍ ସମୟରେ ଏକ OSRTC ବସ୍ ଅନୁଗୋଳରୁ ଭାୟା ରାଇରଙ୍ଗପୁର ଦେଇ ବାରିପଦା ଯାଉଥିଲା । ଯଶୀପୁର ବସଷ୍ଟାଣ୍ଡରେ ଯାତ୍ରୀମାନଙ୍କୁ ଓହ୍ଲାଉଥିବା ବେଳେ ଯଶୀପୁର ଥାନା ପୋଲିସ କୌଣସି ସୂତ୍ରରୁ ଖବର ପାଇ ବସ୍ ଭିତରେ ଚଢ଼ାଉ କରିଥିଲା ।

ବସ୍ରୁ ୨୩ କେ.ଜି. ଚୋରା ଗଞ୍ଜେଇ ସହ ବସ୍କୁ ମଧ୍ୟ ପୋଲିସ ଜବତ କରିଛି । ବସ୍ରେ ୨ ଜଣ ଡ୍ରାଇଭର ଓ କଣ୍ଡକ୍ଟରକୁ ଯଶୀପୁର ପୋଲିସ ଅଟକ ରଖିଥିବା ବେଳେ ଏହି ଗଞ୍ଜେଇ କିଏ ଓ କେଉଁଠିକୁ ଚାଲାଣ କରୁଥିଲା ତାହା ଜଣାପଡିନାହିଁ ।
Related Posts
ପତ୍ନୀହନ୍ତା ସ୍ବାମୀକୁ ଆଜୀବନ କାରାଦଣ୍ଡ ଶୁଣାଇଲେ କୋର୍ଟ
24 March 2023