୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଥାନାରେ ୪ ଅଟକ

Published By : Prameya-News7 Bureau | August 21, 2020 IST

ଲମତାପୁଟ୨୧/୮:   ପୁଣି ଲମତାପୁଟ  ପୋଲିସକୁ ସଫଳତା ।  କୋରାପୁଟ ଜିଲ୍ଲା  ଜଲାପୁଟ  ଅଞ୍ଚଳରୁ ବିହାର ପାଟନା ଚୋରା  ଚାଲାଣ ବେଳେ  ଲମତାପୁଟ  ପୋଲିସ ହାତରେ ଧରା ପଡିଛି  ବିପୁଳ ପରିମାଣର ଗଞ୍ଜେଇ ।  କୋରାପୁଟ  ଏସପି ଙ୍କ ନିର୍ଦେଶ କ୍ରମେ ତୁସୁବା ଛକ ନିକଟରେ ଲମତାପୁଟ ପୋଲିସ ପେଟ୍ରୋଲିଂ କରି ଗାଡି ଯାଞ୍ଚ  କରୁ ଥିବା ସମୟରେ  ଶଗର  ଅଞ୍ଚଳରୁ ଦୁଇଟି  ଦ୍ରୁତ ଗତିରେ ଆସୁଥିବା କାରକୁ ଅଟକାଇ ଗାଡି ଯାଞ୍ଚ କରିବାରୁ ଗଞ୍ଜେଇ ଥିବା ଜାଣିବାକୁ ପାଇଥିଲା ପୋଲିସ ।  ଦୁଇଟି କାରରେ ଥିବା ୪ ଜଣକୁ ଅଟକ ରାଖି ପୋଲିସ ପଚାର ଉଚାର ପରେ ଗଞ୍ଜେଇ ନେଉଥିବା ସ୍ଵୀକାର କରିଥିଲେ ଏହି ଗଞ୍ଜେଇ ମଫିଆ ମାନେ । କାରର ବମ୍ଫର ଏବଂ ଡୋରରେ ଲୁଚାଇ ଗଞ୍ଜେଇ  ଚୋରା ଚାଲାଣ କରିଥିବା ପୋଲିସକୁ କହିଥିଲେ।ପୋଲିସ ସୂଚନା ଅନୁଯାଇ  ଗାଡିରେ ପ୍ରାୟ ଏକ କ୍ବିଣ୍ଟାଲରୁ ଅଧିକା ଗଞ୍ଜେଇ ଅଛି  ଏହାର ମୂଲ୍ୟ ୧୦ ଲକ୍ଷରୁ ଉର୍ଦ୍ଧ୍ବ  ହେବ ବୋଲି  ପୋଲିସ ସୂଚନା ଦେଇଛି ।

ଅଟକ ଯୁବକ ମାନେ ବିହାର ପାଟନାର ନିରଞ୍ଜନ ୟାଦବ , ରବି ୟାଦବ , ରଘୁବୀର ୟାଦବ , ସୁମିତ କୁମାର  ।  ଏହି ଯୁବକଙ୍କ ବୟସ ୨୦ ରୁ ୨୫ ମଧ୍ୟରେ ରହିଥିବା ବେଳେ ନିଶା କାରବାରରେ  ବହୁ ଦିନରୁ  ଲିପ୍ତ ଥିବା ପୋଲିସ କୁ କହିଛନ୍ତି । ପୂର୍ବରୁ ବହୁ ବାର ଏହି ଅଞ୍ଚଳକୁ ଆସି ଗଞ୍ଜେଇ ଚୋରା ଚାଲାଣ କରୁଥିବା ପୋଲିସକୁ କହିଛନ୍ତି ।  ଏବଂ ଅଞ୍ଚଳର କିଛି ଯୁବକ ଏଥିରେ ସମ୍ପୃକ୍ତ ଥିବା  ମଧ୍ୟ ସ୍ଵୀକାର କରିଛନ୍ତି । ଗତ ମାର୍ଚ ମାସ ଲଗଡାଉନ ଠାରୁ ଆଜି ପର୍ଯ୍ୟନ୍ତ ମାଛକୁଣ୍ଡ ଥାନାରେ ୧୨    ଟି ଗଞ୍ଜେଇ କେସ ହୋଇ ଥିବା ବେଳେ ୨୪    ଜଣ ଙ୍କୁ ଗିରଫ କରିଛିପୋଲିସ  ଏବଂ ୧୩    ଟି ଗାଡି  ଜବତ ହୋଇ ଥିବା ପୋଲିସ ସୂଚନା ଦେଇଛି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.