ରାଜଧାନୀରେ ବେଧଡକ ଚାଲିଛି ସବୁଜ ଜହର କାରବାର, ବିପୁଳ ପରିମାଣର ଗଞ୍ଜେଇ ଜବତ

Published By : Prameya-News7 Bureau | June 03, 2022 IST

ଭୁବନେଶ୍ୱର ୦୩/୦୬: ରାଜଧାନୀରେ ବଢିବାରେ ଲାଗିଛି ସବୁଜ ଜହର କାରବାର । ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରୁ ୨୨ କ୍ୟୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଛି । ଏହି ଗଞ୍ଜେଇର ମୂଲ୍ୟ ୨ କୋଟିରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି ।

ହାଇୱା ଭିତରେ ଏହି ଗଂଜେଇ ଚାଲାଣ ହେଉଥିବା ଜଣାପଡିଥିଲା । ସୂଚନା ପାଇଁ ମଝି ରାସ୍ତାରେ ମାଡିବସିଥିଲା ଏସଟିଏଫ୍ । ତେବେ ଗଞ୍ଜେଇ ଚାଲାଣ ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛି ଏସଟିଏଫ୍ । ସୂଚନା ଥାଉକି, ହାଇୱ ଗାଡି ଭିତରେ ସ୍ଵତନ୍ତ୍ର ଚାମ୍ବର କରି ଗଂଜେଇ ହେଉଥିଲା ଚାଲାଣ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.